୧୮ ବର୍ଷ ବୟସରେ ବିଶ୍ୱ ଚେସ୍ ଚାମ୍ପିୟନ ହେଲେ ଗୁକେଶ; ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ଜିତିଛନ୍ତି। ଏପରି କରିବାରେ ସେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ତାଙ୍କ ବୟସ ମାତ୍ର ୧୮ ବର୍ଷ । ସେ ୧୪ତମ ମ୍ୟାଚ୍ ରେ ଡିଫେଣ୍ଡିଂ ଚାମ୍ପିୟନ ଚାଇନାର ଡିଙ୍ଗ ଲିରେନ୍ ଙ୍କୁ ୧-୦ ଗୋଲ୍ ରେ ପରାସ୍ତ କରିଥିଲେ । ଏବେ ସ୍କୋର ୭.୫-୬.୫ ରହିଛି। ବୁଧବାର ଦିନ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ର ୧୩ତମ ମ୍ୟାଚ୍ ରେ ଗୁକେଶଙ୍କୁ ୬୮ ମୁଭ୍ ପରେ ମ୍ୟାଚ୍ ଖେଳିବାକୁ ପଡ଼ିଥିଲା ।

୧୧ତମ ଗେମ୍ ରେ ଗୁକେଶ ବିଜୟୀ ହୋଇଥିବା ବେଳେ ରବିବାର ସୁଦ୍ଧା ୧୧ ମ୍ୟାଚ୍ ପରେ ଲିରେନ୍ ୬-୫ରେ ଆଗୁଆ ରହିଥିଲେ । ୧୧ଟି ମ୍ୟାଚ୍ ରୁ ୮ଟି ଡ୍ର ହୋଇଥିବା ବେଳେ ଗୁକେଶ ୨ଟି ଓ ଲିରେନ୍ ୧ଟିରେ ବିଜୟୀ ହୋଇଥିଲେ । କିନ୍ତୁ ଲିରେନ୍ ଫେରି ଆସି ଦ୍ୱାଦଶ ଗେମ୍ ଜିତି ସ୍କୋରକୁ ପୁଣି ସମାନ କରିଥିଲେ । ଚାମ୍ପିୟନ ହେବାକୁ ହେଲେ ଖେଳାଳିଙ୍କୁ ୭.୫ ପଏଣ୍ଟରେ ପହଞ୍ଚିବାକୁ ପଡ଼ିବ ।