ନୂଆଦିଲ୍ଲୀ: ପ୍ରିପେଡ ଗ୍ରାହକଙ୍କ ପାଇଁ ଏକ ଦମଦାର ପ୍ଲାନ ଆଣିଛି ଏୟାରଟେଲ । କମ୍ ମୂଲ୍ୟରେ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ଦେବ ଏହି ରିଚାର୍ଜ ପ୍ଲାନ । Daily Data, ଅନଲିମିଟେଡ କଲିଙ୍ଗ ଏବଂ ଆହୁରି ଅନେକ ସୁବିଧା ଏୟାରଟେଲର ଏହି ରିଚାର୍ଜ ପ୍ଲାନରେ ପ୍ରଦାନ କରିବ କମ୍ପାନୀ । ମହଙ୍ଗା ରିଚାର୍ଜ ପ୍ଲାନ ମଧ୍ୟରେ ଏହି ପ୍ଲାନ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ଏୟାରଟେଲର ଏହି ନୂଆ ପ୍ରିପେଡ ପ୍ଲାନରେ ଅନଲିମିଟେଡ କଲିଙ୍ଗ ଏବଂ ଇଣ୍ଟରନେଟ ସହିତ OTT ସବସ୍କ୍ରିପ୍ସନ ମିଳିପାରିବ ।
ଏୟାରଟେଲ ଆଣିଲା ୩୯୮ ଟଙ୍କା ରିଚାର୍ଜ ପ୍ଲାନ: ଏହି ପ୍ଲାନରେ କମ୍ପାନୀ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଉଛି । ଏହି ପ୍ଲାନରେ ଅନଲିମିଟେଡ ଲୋକାଲ-STD ଏବଂ ରୋମିଙ୍ଗ କଲ୍ ଦେଉଛି ଏୟାରଟେଲ । ଏହାବ୍ୟତୀତ ଦୈନିକ 2GB Data, ଅନଲିମିଟେଡ 5G Data ପାଇପାରିବେ ଗ୍ରାହକ । ଏହାବ୍ୟତୀତ ପ୍ରତ୍ୟେକ ଦିନ ମାଗଣା ୧୦୦ SMS ମଧ୍ୟ କମ୍ପାନୀ ତରଫରୁ ପ୍ରଦାନ କରାଯାଉଛି । ଏହି ପ୍ଲାନରେ ୨୮ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ପାଇପାରିବେ ଗ୍ରାହକ । ଏହି ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ Disney+Hotstar ସବସ୍କ୍ରିପ୍ସନ ମଧ୍ୟ ମିଳିପାରିବ । ଏହାସହିତ ଗ୍ରାହକଙ୍କୁ Wynk ଆପ୍ ଜରିଆରେ Free Hello Tunes ସେଟ୍ କରିବାର ସୁବିଧା ମଧ୍ୟ ମିଳିପାରିବ ।
ପ୍ରତ୍ୟେକ ଦିନର ୧୦୦ SMS ପରେ ୧ ଟଙ୍କା ଲେଖାଏଁ ଚାର୍ଜ କରିବ କମ୍ପାନୀ । ଏହାପରେ ପ୍ରତ୍ୟେକ SMS ପାଇଁ ୟୁଜରଙ୍କୁ ୧ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ସେହିପରି STD SMS ପାଇଁ ୧.୫ ଟଙ୍କା ଚାର୍ଜ ରହିବ । Daily Data ଲିମିଟ ଅତିକ୍ରମ କରିବା ପରେ ୟୁଜର ମାତ୍ର 64kbps ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିବାର ସୁବିଧା ପାଇପାରିବେ ।