ମଶା ତେଲ ଦୁର୍ନୀତି ମାମଲା: ଲିଟର ପିଛା ୭୪୦ ଟଙ୍କା ଦେଇ କିଣୁଥିଲେ, ୪ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌର ପରିଷଦରେ ମଶାତେଲ କିଣାରେ ଦୁର୍ନୀତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୌର ପରିଷଦର ୩ ଜଣ ଅଧିକାରୀଙ୍କ ସହ ଅନ୍ୟ ଜଣଙ୍କୁ ବାନ୍ଧିଛି ଭିଜିଲାନ୍ସ । ଗିରଫ ଅଭିଯୁକ୍ତମାନେ ହେଲେ ଆକାଉଣ୍ଟାଣ୍ଟ ଅଚ୍ୟୁତାନନ୍ଦ ସ୍ୱାଇଁ, ସାନିଟେସନ୍ ଏକ୍ସପର୍ଟ ବିଶ୍ୱରଞ୍ଜନ ସାହୁ, ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ଏବଂ ମଶାତେଲ ଯୋଗାଣକାରୀ ଫ୍ୟଜନ୍ ଗ୍ରୁପର ମାଲିକ ଆଶୁତୋଷ ଅଗ୍ରୱାଲ । ମଶାତେଲ ଲିଟର ପିଛା ୭୭ ଟଙ୍କା ପରିବର୍ତ୍ତେ ୭୪୦ ଟଙ୍କା ଦେଇ କିଣିଥିଲେ । ଝାରସୁଗୁଡ଼ା ପୌର ପରିଷଦ ୭୫୦୦ ଲିଟର ମଶା ତେଲ କିଣିଥିବା ପ୍ରକାଶ ।