fbpx

ଜନ୍ମ ତାରିଖରୁ ଜାଣନ୍ତୁ ଲଭ୍ ନା ଆରେଞ୍ଜ ମ୍ୟାରେଜ୍

ଆମ ଜନ୍ମ ତାରିଖ କହିଥାଏ ଆମର ଲଭ ନା ଆରେଞ୍ଜ ମ୍ୟାରେଜ ହେବ । ଏହା ସମସ୍ତେ ଜାଣିବାକୁ ଚାହିଁଥାନ୍ତି । ଆମ ଜନ୍ମ ତାରିଖ ଯୋଡ଼ି ଜ୍ୟୋତିଷ ବିଜ୍ଞାନରେ ଅଛି ଯେ ପ୍ରେମ ବିବାହ ହେବ ନା ପାରମ୍ପରିକ ବିବାହ ହେବ ତାହା ଜାଣିହେବ । ତେବେ ଆସନ୍ତୁ ଜାଣିବା ଜନ୍ମ ତାରିଖରେ କଣ ରହିଛି

୧,୧୦,୧୯,୨୮ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୧ ଅଟେ । ଏହା ସୂର୍ଯ୍ୟଙ୍କର ଅଙ୍କ ଅଟେ । ଏହି ଜନ୍ମ ତାରିଖର ଲୋକମାନେ ବହୁ ଲାଜୁଆ ସ୍ୱଭାବର ହୋଇଥାନ୍ତି । ଏମାନଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।

୨,୧୧,୨୦,୨୯ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୨ ଅଟେ । ଏହା ଚନ୍ଦ୍ରମାଙ୍କର ଅଙ୍କ ଅଟେ । ଏମାନେ ବହୁତ ଜିଦିଆ ସ୍ୱଭାବର ହୋଇଥାନ୍ତି । ଯାହାକୁ ଥରେ ପ୍ରେମ କରିଥାନ୍ତି ତାକୁ ହିଁ ବିବାହ କରିଥାନ୍ତି । ଏହି ବ୍ୟକ୍ତିଙ୍କର ପ୍ରେମ ବିବାହ ହୋଇଥାଏ ।

୩,୧୨,୨୧,୩୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୩ । ଏହା ଗୁରୁଙ୍କର ଅଙ୍କ ଅଟେ । ଏମାନଙ୍କର ପ୍ରେମ ବିବାହ କରିବାରେ ସଫଳ ହୋଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

୪,୧୩,୨୨,୩୧ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ମୂଲ୍ୟାଙ୍କନ ୪ । ଏହା ରାହୁଙ୍କର ଅଙ୍କ ଅଟେ । ଏମାନେ ବହୁତ ଜଣଙ୍କୁ ଭଲ ପାଇଥାନ୍ତି । ଏମାନେ ପ୍ରେମ କଲେ ମଧ୍ୟ ପ୍ରେମ ବିବାହ ସମ୍ଭବ ହୋଇନଥାଏ । ଶେଷରେ ଆରେଞ୍ଜ ମ୍ୟାରେଜ ହିଁ କରିଥାନ୍ତି ।

୫,୧୪,୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୫ । ଏମାନଙ୍କ ଜାତକରେ ପ୍ରେମ ବିବାହ ଥିଲେ ମଧ୍ୟ ପରିବାରର ସହଯୋଗ ଏବଂ ସହମତିରେ ବିବାହ କରିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତିଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।

୬,୧୫,୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୬ । ଏହା ଶୁକ୍ରଙ୍କର ଅଙ୍କ ଅଟେ । ଏହି ତାରିଖର ବ୍ୟକ୍ତିମାନେ ଯେଉଁମାନେ ଭଲପାଇଥାନ୍ତି ସେମାନେ ହିଁ ପ୍ରେମ ବିବାହ କରିଥାନ୍ତି ।

୭,୧୬,୨୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୭ । ଏହା କେତୁଙ୍କର ଅଙ୍କ ଅଟେ । ଏମାନେ ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି । କିନ୍ତୁ ଏମାନଙ୍କ ସରଳ ଓ ସଙ୍କୁଚିତ ମନୋଭାବ ଯୋଗୁଁ ଏମାନେ ପ୍ରେମ ବିବାହ କରିପାରନ୍ତିନି ।

୮,୧୭,୨୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୮ । ଏହା ଶନିଙ୍କର ଅଙ୍କ ଅଟେ । ଏମାନେ ପ୍ରେମରେ ଖୁବଶୀଘ୍ର ପଡ଼ନ୍ତିନି । କିନ୍ତୁ ଥରେ ପ୍ରେମରେ ପଡ଼ିଲା ପରେ ତା ସହିତ ହିଁ ଜୀବନ ବିତେଇଥାନ୍ତି । ଏମାନଙ୍କର ପ୍ରେମ ବିବାହ ହିଁ ହୋଇଥାଏ ।

୯ ଓ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୯ । ଏହା ମଙ୍ଗଳର ଅଙ୍କ ଅଟେ । ଏମାନଙ୍କର ପ୍ରେମ ବିବାହ କରିବା ଏମାନଙ୍କ ପାଇଁ କଷ୍ଟ କର ହୋଇଥାଏ । କିନ୍ତୁ ଏମାନଙ୍କ ବୈବାହିକ ଜୀବନ ବେଶ ସୁଖମୟ ହୋଇଥାଏ ।

Get real time updates directly on you device, subscribe now.