ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଲୋକଙ୍କୁ ଶୀତ ଋତୁ ପସନ୍ଦ ହୋଇଥାଏ । ଥଣ୍ଡା ସ୍ଥାନକୁ ଯାଇ ମଜା ନେଇଥାନ୍ତି ଲୋକେ । କିନ୍ତୁ କେତେକଙ୍କୁ ଏହି ସମୟରେ ଜ୍ବର, ଥଣ୍ଡା, କାଶ ଭଳି ସମସ୍ୟା ଦେଖାଯାଇଥାଏ । ଅଧିକାଂଶ ଲୋକ ଶୀତ ଋତୁରେ ଅଧିକ ତେଲମସଲା ଏବଂ ମିଠା ଜାତୀୟ ଖାଦ୍ୟ ଖାଇଥାନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଶରୀର ପାଇଁ ହାନିକାରକ ହୋଇଥାଏ । ତେଣୁ ବିଶେଷକରି ଶୀତ ଋତୁରେ ସ୍ବାସ୍ଥ୍ୟର ଯନ୍ତ୍ର ନେବା ଜରୁରୀ ବୋଲି କୁହାଯାଇଛି ।
ଶୀତ ଋତୁରେ ବିଶେଷ କରି ଥଣ୍ଡା ଏବଂ ଶ୍ବାସଜନିତ ସମସ୍ୟା ଦେଖାଯାଇଥାଏ । ଏହି ରୋଗ ସହିତ ଲଢିବା ପାଇଁ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ବିଶେଷକରି ବେରି, କମଳା, ଜାମୁନ, ଖଜୁରା, ଷ୍ଟ୍ରବେରୀ ଏବଂ ଫିଗ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ସେହିପରି ବିଶେଷ ଭାବେ ଆଣ୍ଟିଅକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ଅଦା, ରସୁଣ, ହଳଦୀ ଇତ୍ୟାଦି ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ହଜମ ଶକ୍ତିକୁ ବଢାଇଥାଏ । ଦାମ, ବୁଟ, ରାଶି ଲଡୁ, ଆଲମଣ୍ଡ ଖାଇବା ଉଚିତ୍ । ଏଥିରେ ପ୍ରୋଟିନ ଏବଂ ମାଇକ୍ରୋନ୍ୟୁଟ୍ରିଆଣ୍ଟ ଯେପରିକି ଆଇରନ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଜିଙ୍କ ରହିଥାଏ । ଅଧିକ ସୁପ୍ ଏବଂ କଫି ପିଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିବାର ସମ୍ଭାବନା ଅଧିକ ରହିଥାଏ ।