ଭୁବନେଶ୍ୱର- ଆସନ୍ତା କାଲି, ଅର୍ଥାତ୍ ଡିସେମ୍ବର ୧୬ (ସୋମବାର)ର ଅଭିଯୋଗ ଶୁଣାଣିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା । ଆସନ୍ତା କାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଅଭିଯୋଗ ଶୁଣିବାକୁ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ତେବେ ଡିସେମ୍ବର ୧୬ରେ ହେବାକୁ ଥିବା ଜନଶୁଣାଣିରେ ନୂଆ ପଞ୍ଜିକରଣକାରୀଙ୍କ ହେବ ନାହିଁ ଶୁଣାଣି । ଏନେଇ ସୂଚନା ଦେଇଛି ଲୋକ ସମ୍ପର୍କ ବିଭାଗ ।
ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି କି, ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଡିସେମ୍ବର ୧୬ (ସୋମବାର) ଅନୁଷ୍ଠିତ ହେବ । ତେବେ ଗତ ଅକ୍ଟୋବର ୨୮ ତାରିଖ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ନିମନ୍ତେ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଆସନ୍ତା କାଲି ଏହି ଜନ ଶୁଣାଣିରେ ଉପସ୍ଥିତ ରହିବେ । ଦରଖାସ୍ତକାରୀ ସେମାନଙ୍କର ପଞ୍ଜିକରଣ ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି ଏହି ସୂଚନାରେ । ତେବେ ଗତ କିଛି ସୋମବାର ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ବନ୍ଦ ରହିଥିଲା ।