ଆମଦାନୀ ନେତାଙ୍କୁ ନେଇ ଆଗାମୀ ନିର୍ବାଚନ ଲଢିବ ଆପ

ନୂଆଦିଲ୍ଲୀ- ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି । ଚଳିତ ନିର୍ବାଚନରେ ମଧ୍ୟ ଆପ ଏକା ଲଢିବ । ଦିଲ୍ଲୀର ସମସ୍ତ ୭୦ ସିଟରେ ନିଜର ପ୍ରାର୍ଥୀ ଦେବ । ତେବେ ଚଳିତ ନିର୍ବାଚନରେ ଆପ ତାର ୨୦ ସିଟିଂ ବିଧାୟକଙ୍କ ଟିକେଟ କାଟିଦେଇଛି ଓ ୩ ଜଣଙ୍କ ଯାଗାରେ ସେମାନଙ୍କ ପରିବାରରୁ ଜଣଙ୍କୁ ଟିକେଟ ଦେଇଛି । ଚଳିତ ନିର୍ବାଚନରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଅରବିନ୍ଦ କେଜରିୱାଲ ମୌକା ଦେଉଛନ୍ତି ।

ଆପର ପ୍ରଥମ ପ୍ରାର୍ଥୀ ତାଲିକାରେ ୧୧ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଆମଦାନୀ ନେତା । ସେହିପରି ଦ୍ୱିତୀୟ ତାଲିକାରେ ୧୫ ସିଟିଂ ବିଧାୟକଙ୍କୁ କାଟି ଦିଆଯାଇଛି । ତୃତୀୟ ଲିଷ୍ଟରେ କୈଳାଶ ଗହଲୋତଙ୍କ ଯାଗାରେ ତରୁଣ ଯାଦବ ପ୍ରାର୍ଥୀ ହୋଇଛନ୍ତି । ଏହା ବ୍ୟତୀତ ଚୂଡାନ୍ତ ତାଲିକାରେ ୩୮ରୁ ପ୍ରାୟ ସବୁ ପ୍ରାର୍ଥୀଙ୍କୁ ରିପିଟ କରୁଛି ଦଳ । ସେମାନଙ୍କ ମଧ୍ୟରେ କସ୍ତୁରବା ନଗରର ବିଧାୟକଙ୍କ ଟିକେଟ କଟିଛି । ଉତ୍ତମ ନଗର ବିଧାୟକ ନରିଶ ବାଲିୟାନଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ଆପ ଟିକେଟ ଦେଇଛି ।

ସେହିପରି କୃଷ୍ଣା ନଗର ସିଟରେ ଏସକେ ବଗ୍ଗାଙ୍କ ସ୍ଥାନରେ ତାଙ୍କ ପୁଅ ବିକାଶ ବଗ୍ଗା, ଚାନ୍ଦିନୀ ଚୌକ ସିଟରେ ପ୍ରହ୍ଲାଦ ସାହନୀଙ୍କ ସ୍ଥାନରେ ତାଙ୍କ ପୁଅ ପୁରୁନଦୀପ ସାହନୀ ଓ ଉତ୍ତମ ନଗର ବିଧାୟକ ନରେଶ ବାଲିୟାନଙ୍କ ସ୍ଥାନରେ ତାଙ୍କ ପତ୍ନୀ ଟିକେଟ ପାଇଛନ୍ତି । ନରେଶ ଟଙ୍କା ହଡପ ମାମଲାରେ ଜେଲରେ ଅଛନ୍ତି ।