ପୁରୀ: ପୁରୀ ଶ୍ରୀମନ୍ଦିରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଲୁଟ କରିବା ଉଦ୍ଦେଶ୍ୟରେ ଘୁରି ବୁଲୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଶ୍ରୀମନ୍ଦିରରୁ ୭ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ନାଟମଣ୍ଡପ ସିସିଟିଭି ଯାଞ୍ଚ ପରେ ୪ ଜଣ ମହିଳା ଏବଂ ୩ ଜଣ ଯୁବକଙ୍କୁ କାବୁ କରିଛି ପୋଲିସ । ଏହାସହିତ ସେମାନଙ୍କ ପାଖରୁ ୨୨ ଗ୍ରାମର ସୁନା ଚେନ୍, କାର୍ ଏବଂ ୪ଟି ମୋବାଇଲ ସହିତ ୪ ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସେଠାରୁ ଆସି ପୁରୀ ବଳିଆପଣ୍ଡାରେ ରହୁଥିଲେ ଏହି ଲୁଟେରା । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଟାର୍ଗେଟ କରି ଲୁଟ୍ କରୁଥିବା ପୋଲିସ ସୂଚନା ଦେଇଛି ।