ଘରେ ପାରା ବସା ବାନ୍ଧିଛି, ଅଣ୍ଡା ଦେଉଛି ବୋଲି ଚିନ୍ତିତ କି? ଜାଣନ୍ତୁ କଣ ଦେଉଛି ସଙ୍କେତ?

ଓଡିଶା ଭାସ୍କର- ଅନେକ ସମୟରେ ଘରର ତାଜା, ସ୍କାଇ ଲାଇଟ, ଏସି ଆଦି ଅପହଞ୍ଚ ସ୍ଥାନରେ ପାରା ଆସି ବସା ବାନ୍ଧି ଥାନ୍ତି । ପାରାଙ୍କ ଗୁଟୁରୁ ଗୁ ଶବ୍ଦରେ ଅନେକ ସମୟରେ ନିଦ ଭାଙ୍ଗିଯାଏ । ତା ସାଙ୍ଗକୁ ପାରା ବସାରୁ କୁଟା, କାଠି ଘରେ ଖସି ବା ପାରାଙ୍କ ମଳରେ ଘର ଅପରିସ୍କାର ହୁଏ । ତେଣୁ ଆମେ ପାରାକୁ ଘଉଡାଇ ଦେଇଥାଉ । ହେଲେ ଏମିତି କରିବାକୁ ଶାସ୍ତ୍ର ମନା କରୁଛି ।

ଶାସ୍ତ୍ର ମୁତାବକ, ପାରା ସୁଖଶାନ୍ତିର ପ୍ରତୀକ । ସକାଳେ ସନ୍ଧ୍ୟାରେ ସେମାନଙ୍କୁ ଖାଇବାକୁ ଦେଲେ ଘରେ ସମୃଦ୍ଧି ବଢ଼େ ବୋଲି ବିଶ୍ୱାସ କରାଯାଏ । ଖାଲି ସେତିକି ନୁହେଁ । ପାରା ଘରେ ବସା ବାନ୍ଧି ଅଣ୍ଡା ଦେବା ଅନେକ ଶୁଭ ସୂଚନା ଦେଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି । ଯେମିତି କି, ଆଗକୁ ଘରେ କିଛି ଶୁଭ କାମ ହେବାକୁ ଯାଉଛି ।

ଶାସ୍ତ୍ର ମୁତାବକ, ଘରେ ପାରା ବସା ବାନ୍ଧିବା ଶୁଭ । ଦେଖିଥିବେ ଗୋଟିଏ ବସାରେ ଦୁଇଟି ପାରା, ଅଣ୍ଡିରା ଓ ମାଈ ରହିଥାନ୍ତି । ସେମାନଙ୍କ ଭିତରେ ପ୍ରାୟ ସମୟରେ ମିଳନ ଦୃଶ୍ୟ ଦେଖିବାକୁ ମିଳେ । ଏହାର ଅର୍ଥ ପରିବାରରେ ଥିବା ମନମାଳିନ୍ୟ ଦୂର ହୋଇ ସୁଖ, ଶାନ୍ତି ଫେରିବ । ଏଥିସହ ଘରେ ବିବାହ ଯୋଗ୍ୟ ପୁଅ ବା ଝିଅଙ୍କ ବିବାହ ନେଇ ମଧ୍ୟ ପାରାଙ୍କ ଉପସ୍ଥିତି ସୂଚନା ଦେଇଥାଏ । ଏଥିସହ ଘରକୁ ଧନ ଆଗମନର ବାର୍ତ୍ତା ମଧ୍ୟ ଦିଅନ୍ତି ପାରା ।

ସେହିପରି ଘରର ବାଲକୋନିରେ ପାରା ଆସି ଅଣ୍ଡା ଦେଲେ, ପରିବାର ସଦସ୍ୟଙ୍କର ଯଦି କିଛି ମନସ୍କାମନା ରହିଥାଏ, ତାହା ଖୁବ୍ ଶୀଘ୍ର ପୂରଣ ହେବାର ସୂଚନା ଦିଏ । ପାରା ଅଣ୍ଡା ଦେବା ମଧ୍ୟ ପରିବାରକୁ ନୂଆ ଅତିଥିଙ୍କ ଆଗମନକୁ ଦର୍ଶାଇଥାଏ । କହିବାକୁ ଗଲେ ଗୃହସ୍ଥଙ୍କ ଘରେ ପାରା ଅଣ୍ଡା ଦେବା ସର୍ବଦା ସକାରାତ୍ମକ ସୂଚନା ପ୍ରଦାନ କରିଥାଏ ।

କିନ୍ତୁ କୌଣସି କାରଣ ବଶତଃ ଯଦି ପାରା ଦେଇଥିବା ଅଣ୍ଡା ଫାଟିଯାଏ, ତା’ହେଲେ ଏହା ଘର ପାଇଁ ବିପଦ ଆସୁଥିବାର ସଙ୍କେତ ଦେଇଥାଏ ।