ଶିକାରୀଙ୍କ ଉପରେ ନଜର ରଖିବା ପାଇଁ ଦେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା

ଭୁବନେଶ୍ୱର: ଶିକାରୀଙ୍କୁ ଧରିବାକୁ ଏବେ ଜଙ୍ଗଲରେ ଲାଗିବ ସ୍ୱାଏ କ୍ୟାମେରା । ପାଇଲଟ୍ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଲାଗିଛି ସ୍ପାଏ କ୍ୟାମେରା । ଖୁବ୍ ଶୀଘ୍ର ଦେବ୍ରିଗଡ଼ରେ  ଓ ଅନ୍ୟ ଅଭୟାରଣ୍ୟରେ ବି ସ୍ପାଏ କ୍ୟାମେରା ଲଗାଯିବ । ଜଙ୍ଗଲ ଦେଇ ଯାଇଥିବା ରେଳ ଲାଇନରେ ବି AI କ୍ୟାମେରା ଲାଗିବ । ଏନେଇ ବିଭାଗ ଗୁରୁତ୍ୱ ଦେଉଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

ପ୍ରତି ବର୍ଷ ଦେବ୍ରିଗଡ଼ ଅଭୟାରଣ୍ୟର ପ୍ରାକୃତିକ ମନଲୋଭା ପରିବେଶ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ଅଭୟାରଣ୍ୟ ଅନେକ ପଶୁପକ୍ଷୀଙ୍କ ଆଶ୍ରୟ ସ୍ଥଳୀ । ଅନେକ ପଶୁପକ୍ଷୀଙ୍କ ନଖ, ଛାଲ, ଦାନ୍ତ ଇତ୍ୟାଦି ପାଇଁ ଶିକାରୀଙ୍କ ଟାର୍ଗେଟରେ ରହିଛି ଏହି ଅଭୟାରଣ୍ୟ । ଏହି ଶିକାରୀଙ୍କୁ ଜଗିବା ପାଇଁ ଜଙ୍ଗଲରେ ସ୍ପାଏ କ୍ୟାମେରା ଲଗାଯିବ ।