ଅଲ୍ଲୁ ଅର୍ଜୁନଙ୍କ ଉପରେ ଲାଗିଥିବା ଅଭିଯୋଗରେ ଆସିଲା ନୂଆ ମୋଡ଼, ପୋଲିସ ଖୁଲାସା କଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ସାଉଥର ମେଗାଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଫିଲ୍ମ ‘ପୁଷ୍ପା୨’ ବ୍ୟତୀତ ଅନେକ ଦିନରୁ ସଂଧ୍ୟା ଥିଏଟର ଦଳାଚକଟା ମାମଲାକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଅଲ୍ଲୁ ଅର୍ଜୁନଙ୍କୁ ପୁଷ୍ପା୨: ଦ ରୁଲ ର ସ୍କ୍ରିନିଂ ପାଇଁ ସଂଧ୍ୟା ଥିଏଟରକୁ ଡକାଯାଇଥିଲା । ଯାହାପରେ ଦୌଡାଦୌଡିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ଏହାପରେ ଏହି ମାମଲାରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା ଏବଂ ୧୪ ଡିସେମ୍ବର, ୨୦୨୪ର ସକାଳ ୭ଟାରେ ତାଙ୍କୁ ଛଡାଯାଇଥିଲା । ଏହାରି ମଧ୍ୟରେ ସଂଧ୍ୟା ଥିଏଟରର ଲେଟର ଭାଇରାଲ ହେବା ମାତ୍ରେ ପୋଲିସ ନୂଆ ଅପଡେଟ ଦେଇ ସତ୍ୟର ଖୁଲାସା କରିଛି ।

ପୋଲିସ ଅଧିକାରୀମାନଙ୍କ ହସ୍ତାକ୍ଷର ଥିବା ଏହି ଥିଏଟର ପରିଚାଳନାକୁ ସୂଚୀତ କରାଯାଇଛି ଯେ, ଥିଏଟରଟି ଛୋଟ ଏବଂ ପାଖରେ ହୋଟେଲ ଥିବା କାରଣରୁ ଦୌଡାଦୌଡିର ସମ୍ଭାବନା ରହିଛି । ଏହି କାରଣ ପାଇଁ ପରିଚାଳନାକୁ ୪ ଏବଂ ୫ ଡିସେମ୍ବରରେ ଫିଲ୍ମ ଦେଖିବା ପାଇଁ ଷ୍ଟାର୍ସଙ୍କୁ ଥିଏଟରକୁ ନଡକାଯିବାକୁ ପରାମର୍ଶ ଦିଆଯାଇଥିଲା । ଥିଏଟର ପରିଚାଳନା ଏକ ଚିଠି ସାର୍ବଜନୀନ କରି କହିଥିଲା ଯେ, ଏହି ବିଷୟରେ ସେମାନେ ପୋଲିସକୁ ସୂଚୀତ କରିଥିଲେ ଯେ; ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫିଲ୍ମର ଅନ୍ୟ କଳାକାର ପ୍ରିମିୟର ଶୋରେ ଭାଗ ନେଇପାରନ୍ତି । ଏହା ପୂର୍ବରୁ ପୋଲିସ କୋର୍ଟରେ ଡକ୍ୟୁମେଣ୍ଟ ଦେଇଥିଲା ଯେ, ସେ ପରିଚାଳନାଠାରୁ ଅଭିନେତାଙ୍କୁ ଶୋରେ ନ ଆସିବା ପାଇଁ କହିବାକୁ କହିଥିଲେ । ବର୍ତ୍ତମାନ ଏହି ଚିଠି ସାର୍ବଜନୀନ ହେବାର କାହାଣୀରେ ନୂଆ ମୋଡ ଆସିଛି ।

ସଂଧ୍ୟା ଥିଏଟର ଦାବି କରି କହିଛି ଯେ, ସେମାନେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟରର ଦୁଇଦିନ ପୂର୍ବରୁ ପୋଲିସକୁ ସୂଚନା ଦେଇ ସୁରକ୍ଷା ବ୍ୟବସ୍ଥାର ଦାବି କରିଥିଲେ । ଏହା ସତ୍ତ୍ୱେ, ପୋଲିସ ବ୍ୟବସ୍ଥା କରିନଥିଲା । ଅନ୍ୟପକ୍ଷେ, ପୋଲିସଙ୍କ କହିବାନୁଯାୟୀ, ଥିଏଟର କୌଣସି ସୂଚନା ଦେଇନାହିଁ ।