ନୂଆଦିଲ୍ଲୀ: ଉତ୍ତର ଏବଂ ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳ ଶୀତ ଜାରି ରହିଛି । ଦିଲ୍ଲୀ-ଏନସିଆରରେ ଥଣ୍ଡାର ବୃଦ୍ଧି ଲୋକମାନଙ୍କୁ ଅସୁବିଧାରେ ପକାଇଛି । ଥଣ୍ଡାରୁ ବର୍ତ୍ତିବା ପାଇଁ ଅଭାବୀ ଲୋକେ ଅଶ୍ରୟସ୍ଥଳୀରେ ରାତି କାଟୁଛନ୍ତି । ଦିଲ୍ଲୀ-ଏନସିଆରର ଭିନ୍ନ ଭିନ୍ନ ଅଂଶରେ କୁହୁଡିର ଛାୟା ଦେଖିବାକୁ ମିଳିଛି । କୁହୁଡି କାରଣରୁ ଭିଜିବିଲିଟି କମିଯାଇଛି । ଯାନାବାହନ ଚଳାଇବା ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଶୀତ ଲହରୀ ମଧ୍ୟରେ ବର୍ତ୍ତମାନ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ ସାମ୍ନାକୁ ଆସିଛି । ପାଣିପାଗ ବିଭାଗ ଅନୁସାରେ, ୧୮ ଡିସେମ୍ବରରେ ହିମାଳତ ଅଞ୍ଚଳକୁ ଏକ ନୂଆ ପଶ୍ଚିମ ବିପର୍ଯ୍ୟୟ ପ୍ରଭାବିତ କରିପାରେ । ଯାହାର କାରଣ ଆଗାମୀ କିଛି ଦିନପରେ ୟୁପିରେ ଅଧିକ ଥଣ୍ଡା ପଡିପାରେ । ସେହିପରି ରାଜସ୍ଥାନରେ ତାପମାତ୍ରା ଖୁବ କମିବାରେ ଲାଗିଛି । ୧୬ଟି ସହରର ତାପମାତ୍ରା ୫ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି । ଏଠାରେ ଦୁଇଟି ସହରର ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଛି ।
ଜମ୍ମୁ-କାଶ୍ମୀରରେ ଲଗାତାର ତାପମାତ୍ରା କମିବାରେ ଲାଗିଛି । ଏଠାରେ ଫ୍ରିଜିଙ୍ଗ ପଏଣ୍ଟରୁ ତଳକୁ ପହଞ୍ଚିଯାଇଛି ତାପମାତ୍ରା । ଶ୍ରୀନଗରର ଅନେକ ସ୍ଥାନରେ ବରଫ ଜମିବା ଦେଖିବାକୁ ମିଳିଛି । ଏଠାରେ ଝରଣା ନଦୀ ନାଳରେ ବରଫ ଜମିବା ଦେଖିବାକୁ ମିଳିଛି । ଅନ୍ୟପଟେ ହିମାଚଳର କୁଲ୍ଲୁରେ ଲୋକଙ୍କୁ ଥଣ୍ଡା ଅସୁବିଧାରେ ପକାଇଛି । ଥଣ୍ଡାରେ ଲୋକେ ଅସୁସ୍ଥ ହୋଇପଡିଲେଣି ।
ଓଡ଼ିଶାରେ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା ୪.୭ ଡିଗ୍ରୀ ସେଲସିୟସ ରହିଛି । ପାଣିପାଗ ବିଭାଗ ଅନୁସାରେ, ରାଉରକେଲାରେ ନ୍ୟୁନତମ ତାପମାତ୍ରା ୫.୭ ଡିଗ୍ରୀ ଏବଂ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୭.୨ ଡିଗ୍ରୀ ସେଲସିୟସ ରହିଛି । ଭୁବନେଶ୍ୱର ଏବଂ କଟକର ତାପମାତ୍ରା ୧୦ ଡିଗ୍ରୀ ଉପରକୁ ରହିଛି ।