Vastu Tips: କେଉଁ ଦିନ କେଶ କାଟିବା ଶୁଭ ? ଜାଣନ୍ତୁ ଏହା ବ୍ୟକ୍ତି ଜୀବନରେ କିପରି ପ୍ରଭାବ ପକାଇଥାଏ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଏବଂ ନିୟମ ରହିଛି । ଏହାର ପାଳନ କରିବା ଦ୍ୱାରା ବ୍ୟକ୍ତି ଅନେକ ଅଶୁଭ ପରିଣାମ ଏଡ଼ାଇଥାଏ । ଏଥିମଧ୍ୟରୁ କେଶ କାଟିବା ଅନ୍ୟତମ । ସପ୍ତାହର ମଙ୍ଗଳବାର, ଶନିବାର, ରବିବାର କେଶ କାଟିବା ନିଷେଧ ରହିଛି । ଏହା ବ୍ୟତୀତ ଅମାବାସ୍ୟା, ପୂର୍ଣ୍ଣିମା ଏବଂ ସୂର୍ଯ୍ୟାସ୍ତ ପରେ କେଶ କାଟିବା ଭଲ ନୁହେଁ । ଏହାର ପ୍ରଭାବ ବ୍ୟକ୍ତିର ସ୍ୱାସ୍ଥ୍ୟ, ଉର୍ଜ୍ଜା ଏବଂ ସମୃଦ୍ଧି ଉପରେ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସୋମବାର, ବୁଧବାର ଏବଂ ଶୁକ୍ରବାର କେଶ କାଟିବା ବ୍ୟକ୍ତିକୁ ଶୁଭ ଫଳ ଦେଇଥାଏ ।

୧. ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ ଲାଭ: ସୋମବାର ଚନ୍ଦ୍ର ଦେବଙ୍କୁ ସମର୍ପିତ । ଚନ୍ଦ୍ରଦେବ ବ୍ୟକ୍ତିର ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟର କାରକ । ତେଣୁ ସୋମବାର କେଶ କାଟିଲେ ଚାପ ହ୍ରାସ ହୋଇଥାଏ । ପରିବାରରେ ବିବାଦ, ଝଗଡ଼ା ଦେଖାଦେଇନଥାଏ ଏବଂ ପାରିବାରିକ ସମ୍ପର୍କ ସୁଦୃଢ଼ ରୁହେ । ସ୍ୱାସ୍ଥ୍ୟ ସମସ୍ୟା ଦୂରେଇ ଥାଏ ।

୨. ଆର୍ଥିକ ସମୃଦ୍ଧି ଓ ଅତ୍ମବିଶ୍ୱାସରେ ବୃଦ୍ଧି: ବୁଧବାର କେଶ କାଟିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସମୃଦ୍ଧି ଏବଂ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇଥାଏ । ଏହି ଦିନ ବିଘ୍ନହର୍ତ୍ତା ଗଣେଶଙ୍କୁ ସମର୍ପିତ । ଜୀବନରେ ଦେଖାଯାଉଥିବା ସମସ୍ତ ସଂକଟ ସେ ଦୂର କରିଥାନ୍ତି ।

୩. ବୈବାହିକ ଜୀବନରେ ସୁଖ: ଶୁକ୍ରବାର ଶୁକ୍ରଦେବଙ୍କୁ ସମର୍ପିତ । ଏହି ଦିନ କେଶ କାଟିଲେ ବ୍ୟକ୍ତିର ବୈବାହିକ ଜୀବନ ସୁଖ ଶାନ୍ତିରେ ବିତିଥାଏ । ପାର୍ଟନରଙ୍କ ସମ୍ପର୍କରେ ମଧୁରତା ଦେଖାଦିଏ । ବ୍ୟକ୍ତିତ୍ୱରେ ବିକାଶ ହେବା ସହ କୌଣସି କାର୍ଯ୍ୟକୁ ଉତ୍ତମ ରୂପରେ ସମ୍ପାଦନା କରିବାର କୌଶଳ ବୃଦ୍ଧି ହୋଇଥାଏ ।