ସ୍ମୃତି ମନ୍ଧାନା ଭାଙ୍ଗିଲେ ୱାର୍ଲଡ୍ ରେକର୍ଡ, T20Iରେ ସମସ୍ତ ପ୍ଲେୟର୍ସଙ୍କୁ ପଛରେ ପକାଇ ହାସଲ କଲେ ସିଂହାସନ

ନୂଆଦିଲ୍ଲୀ: ସ୍ମୃତି ମନ୍ଧାନା ସାନଦାର ଫର୍ମରେ ଚାଲିବା ସହ ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ବହୁ ରନ୍ ହାସଲ କରିଛନ୍ତି । ଏପର୍ଯ୍ୟନ୍ତ ସିରିଜର ୨ଟି ମୁକାବିଲା ହୋଇସାରିଛି ଏବଂ ଦୁଇଟି ମ୍ୟାଚରେ ହିଁ ମନ୍ଧାନା ଅର୍ଦ୍ଧଶତକ ରନ କରିଛନ୍ତି । ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଟିମକୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ୯ ୱିକେଟରେ ପରାଜିତ ହେବାକୁ ପଡିଛି । ମନ୍ଧାନାଙ୍କ ବ୍ୟତୀତ ମ୍ୟାଚରେ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ ଖରାପ ଭାବେ ଫ୍ଲପ ହୋଇଛନ୍ତି । ଏହାରି ମଧ୍ୟରେ ଟିମକୁ ହାରିବାକୁ ପଡିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷର ଦ୍ୱିତୀୟ ଟି୨୦ ମ୍ୟାଚରେ ସ୍ମୃତି ମନ୍ଧାନା ହରପ୍ରୀତ କୌରଙ୍କ ସ୍ଥାନରେ କ୍ୟାପ୍ଟେନର ଦାୟିତ୍ୱ ଭାର ସମ୍ଭାଳିଥିଲେ । ଏହି ମ୍ୟାଚରେ ସେ ୪୧ ବଲରେ ୬୨ ରନ କରିଥିଲେ, ଯେଉଁଥିରେ ୯ଟି ଚୌକା ଏବଂ ଗୋଟିଏ ଛକା ସାମିଲ ରହିଛି । ମହିଳା ଟି୨୦ ଇଣ୍ଟରନେସନାଲ କ୍ରିକେଟରେ ତାଙ୍କର ଏହି ୨୯ତମ ଅର୍ଦ୍ଧଶତକ ଅଛି । ଏଥିସହ ସେ ଅଧିକ ଅର୍ଦ୍ଧଶତକ ଲଗାଇଥିବା ପ୍ଲେୟର୍ସ ହୋଇଛନ୍ତି । ଏଥିସହ ସେ ନ୍ୟୁଜିଲ୍ୟାଣ୍ଡର ସୁଜୀ ବେଟ୍‌ସଙ୍କ ୱାର୍ଲଡ ରେକର୍ଡ ଭାଙ୍ଗିଦେଇଛନ୍ତି । ସୁଜୀ ବେଟ୍‌ସ ମହିଳା .. କ୍ରିକେଟରେ ୨୮ ଅର୍ଦ୍ଧଶତକ ହାସଲ କରିଛନ୍ତି । ମନ୍ଦାନା ବର୍ତ୍ତମନା ମହିଳା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିବା ମାମଲାରେ ସମସ୍ତ ପ୍ଲେୟର୍ସଙ୍କୁ ପଛରେ ପକାଇ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।