(Video) BF ପାଇଁ ରାସ୍ତାରେ ଟଣା-ଘୋଷଡ଼ା ହେଲେ ଦୁଇ ଝିଅ, ବିଧା-ଗୋଇଠା ବର୍ଷା ସାଙ୍ଗକୁ ଉଡ଼ିଲା ଗାଳି… ଯିଏ ସେବାଟେ ଯାଉଥିଲା ସିଏ ଅଟକି ଦେଖୁଥିଲା

ଡେରାଡୁନ୍: ନାନା ରକମର ଭିଡିଓ, ଫଟୋ ଏବଂ ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ନୂଆ ନୂଆ ଭିଡିଓ ସବୁ ଭାଇରାଲ ହେଉଛି, ଯାହାକୁ ଦେଖିଲା ପରେ ୟୁଜର୍ସ ଏଣ୍ଟରଟେନ୍ ହେଉଛନ୍ତି ତ ଆଉ କିଛିଜଣ ବିରକ୍ତି ଭାବ ପ୍ରକାଶ କରି ଖରାପ କମେଣ୍ଟ କରୁଛନ୍ତି । ଏମିତିକି ୟୁଜର ଅଛନ୍ତି ଯେଉଁମାନେ ଚୁପଚାପ ଭିଡିଓ ଦେଖି କୌଣସି ମନ୍ତବ୍ୟ ନ ଦେଇ ମୋବାଇଲ ଫିଡ୍ ସ୍କ୍ରୋଲ କରୁଛନ୍ତି । ଏମିତି ନାନା ରକମର ୟୁଜର ଦେଖିବେ । ସେମିତି ଯଦି ଆମେ ଭିଡିଓ କଥାକୁ ଆସିବା ତେବେ କିଛି ଲୋକ ଟାଇମ୍ ପାସ୍ କରିବା ପାଇଁ, କିଛି ଟଙ୍କା ରୋଜଗାର କରିବା ପାଇଁ ଭିଡିଓ ଓ ଫଟୋ ପୋଷ୍ଟ କରୁଛନ୍ତି ।

ଉତ୍ତରାଖଣ୍ଡର ଡେରାଡୁନରୁ ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେବ ନିଶ୍ଚୟ । ଜଣେ ବୟଫ୍ରେଣ୍ଡ ପାଇଁ ଦୁଇଜଣ ଝିଅ ମାଡ଼ଗୋଳ ହେଉଛନ୍ତି । ଏହା କୌଣସି ସାଧାରଣ କଳି ଝଗଡ଼ା ନ ଥିଲା । ଦୁଇଜଣଯାକ ପରସ୍ପରର ଡ୍ରେସ୍ ଟଣା ଭିଡ଼ା କରିବା ସହ ଚୁଟି ଘେଣେଇ ତଳେ ପକେଇ ଗୋଇଠା ମାରିବା ପର୍ଯ୍ୟନ୍ତ କଥା ଗଲା । ଏଥିକିରେ ସରିନି ଦୁଇଜଣ ଯାକ ପରସ୍ପରରକୁ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରିବାକୁ ପଛାଇଲେ ନାହିଁ । ରାସ୍ତାରେ ଯାଉଥିବା ଲୋକ ଅଟକି ଗଲେ, ସେମାନଙ୍କ ମାଡ଼ଗୋଳ ଦେଖି । କିନ୍ତୁ ଦୁଇଜଣଯାକ ଲଢ଼େଇରେ ଏମିତି ମଜି ଯାଇଥିଲେ ଯେ, କାହାରି କଥା ଶୁଣିବାକୁ ସେମାନେ ପ୍ରସ୍ତୁତ ନ ଥିଲେ । କିଛି ସମୟ ପରେ ଜଣେ ମହିଳା ଆସି ଦୁହିଁଙ୍କୁ ଅଟକେଇଲେ । ଏହାପରେ ଦୁଇଜଣଯାକ ଶାନ୍ତ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି ।