ନୂଆଦିଲ୍ଲୀ: ବିହାରର ଅରରିଆରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ରେଳ ଷ୍ଟେସନରେ ମହିଳାଜଣକ କମ୍ବଳ ଗୁଡାଇ ଶୋଇଥିଲେ । ଏହି ସମୟରେ ରେଳ ବିଭାଗର ଜଣେ ସଫେଇ କର୍ମଚାରୀ ତାଙ୍କୁ ସେଠାରୁ ଉଠିବାକୁ କହିଥିଲେ, କିନ୍ତୁ ସେହି ସମୟରେ ମହିଳାଙ୍କର କୌଣସି ଗତିବିଧି ଦେଖିବାକୁ ମିଳିନଥିଲା । ଏହାପରେ ସେ ଷ୍ଟେସନ ମାଷ୍ଟର ମନୋଜ କୁମାରଙ୍କୁ ଜଣାଇଥିଲେ । ଏହାପରେ ଷ୍ଟେସନ ମାଷ୍ଟର ନିୟମ ଅନୁଯାୟୀ କାଗଜ ପ୍ରକ୍ରିୟା ସମାପ୍ତ କରି ମୃତଦେହକୁ ମୃତଦେହ ପୋଷ୍ଟମର୍ଟମ ପାଇଁ ରେଳ GRP କୁ ପଠାଇ ଦେଇଥିଲେ । ଏହି ସମୟରେ ମହିଳାଙ୍କର ହରକତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କମ୍ବଳରେ ଗୋଡାଇ ପଠାଇବା ବେଳେକୁ ମହିଳାଙ୍କ ଜଣକ ଉଠି ବସିପଡିଥିଲେ । ଏହା ଦେଖି ଷ୍ଟେସନରେ ରହିଥିବା ଯାତ୍ରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳା ଜଣକ ଅସୁସ୍ଥ ଦେଖାଯାଉଥିଲେ ଏବଂ କିଛି କହିବାକୁ ଅସମର୍ଥ ହୋଇଥିଲେ। ଏହା ପରେ ଷ୍ଟେସନରେ ଉପସ୍ଥିତ ଯାତ୍ରୀମାନେ ରାଗିଯାଇ ରେଳ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ଏଭଳି କହିବା ଉଚିତ ନୁହେଁ ସଠିକ ରୂପରେ ଯାଞ୍ଚ କରିବା ଉଚିତ ବୋଲି କହିଥିଲେ । ଏହି ଘଟଣା ପରେ ଅସୁସ୍ଥ ମହିଳାଙ୍କୁ ସବ-ଡିଭିଜନାଲ ହସ୍ପିଟାଲ ଫୋର୍ବସଗଞ୍ଜରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ କହିଥିଲେ ଯେ ମହିଳା ଜଣକ ଥଣ୍ଡା ହୋଇଯାଇଥିଲେ ଏବଂ ରକ୍ତଚାପ ମଧ୍ୟ ଅଧିକ ଥିଲା। ଏହି କାରଣରୁ ମହିଳାଜଣକ ଘୁଞ୍ଚିପାରିନଥିଲେ ।