ବିଲେଇ ରଖୁଥିଲେ ସାବଧାନ! ହେଉଛି ଏହି ରୋଗ; ସତର୍କ କରାଇଲେ ଗବେଷକ

ଓଡ଼ିଶା ଭାସ୍କର: ନିଜର ସଉକ କାରଣରୁ ଅନେକ ଲୋକ ଘରେ ଜୀବଜନ୍ତୁ ପାଳିଥାନ୍ତି । ଅଧିକାଂଶ ପୋଷାଜନ୍ତୁଙ୍କୁ ଘରେ କିମ୍ବା ଘର ବାହାରେ ରଖାଯାଏ । ମାତ୍ର ବିରାଡ଼ି ଏଭଳି ଏକ ପୋଷାଜୀବ ଯିଏ ଆମ ଶୋଇବା ଘରେ ମଧ୍ୟ ଅବାଧ ପ୍ରବେଶ କରିଥାଏ । ତେବେ ଘରେ ବିଲେଇ ପାଳିବା ଦ୍ବାରା ମାନସିକ ରୋଗ ‘ସିଜୋଫ୍ରେନିଆ’ ହେବାର ଆଶଙ୍କା ଅଧିକ ବୋଲି ଅଷ୍ଟ୍ରେଲିଆର କ୍ବିନ୍‌ସଲାଣ୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ସତର୍କ କରାଇ ଦେଇଛନ୍ତି ।

ଗତ ୪୪ ବର୍ଷ ଧରି ୧୧ଟି ଦେଶରୁ ସଂଗୃହୀତ ୧୭ ପ୍ରକାର ତଥ୍ୟ ବିଶ୍ଳେଷଣ କରି କହିଛନ୍ତି । ସିଜୋଫ୍ରେନିଆ ଏକ ଏପରି ଏକ ମସ୍ତିଷ୍କ ରୋଗ ଯାହା ଅନେକ ଅସୁବିଧାଜନକ ଲକ୍ଷଣ ସୃଷ୍ଟି କରିଥାଏ । ଆକ୍ରାନ୍ତ ବ୍ୟକ୍ତି ଅନ୍ୟର ସ୍ବର ଶୁଣିବା ସମେତ ସେ ସ୍ପଷ୍ଟ ଭାବରେ ଚିନ୍ତା କରିବାରେ ଅସୁବିଧା ହୋଇଥାଏ । ଏହା ପ୍ରାୟତଃ ପ୍ରାପ୍ତବୟସ୍କ ହେବାର ପ୍ରାରମ୍ଭିକ କାଳରେ ହଠାତ୍‌ ଆରମ୍ଭ ହୋଇଥାଏ ।

ଏହି ରୋଗର କୌଣସି ଉପଶମ ନାହିଁ । କେବଳ ଔଷଧ ଓ ସହାୟକ ଚିକିତ୍ସା ଦ୍ବାରା ରୋଗ ପରିଚାଳନା କରାଯାଇପାରେ । ସେପଟେ ଘରେ ବିରାଡ଼ି ପାଳିବା ଦ୍ବାରା ସିଜୋଫ୍ରେନିଆ ହେବାର ଆଶଙ୍କା ଦୁଇଗୁଣ ବଢ଼ିଥାଏ ବୋଲି ଏହି ଅଷ୍ଟ୍ରେଲୀୟ ଗବେଷକ ପ୍ରକାଶ କରିଛନ୍ତି ।