ଯାତ୍ରୀବାହୀ ବୋଟକୁ ଧକ୍କା ଦେଲା ନୌସେନାର ସ୍ପିଡ୍ ବୋଟ୍‌, ୧୩ ମୃତ, ୧୦୧ ଉଦ୍ଧାର

ମୁମ୍ବାଇ: ବୁଧବାର ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଇଞ୍ଜିନ୍ ପରୀକ୍ଷଣ କରୁଥିବା ସମୟରେ ଭାରତୀୟ ନୌସେନାର ଏକ ସ୍ପିଡ୍ ବୋଟ୍ ‘ନୀଲକମଲ’ ନାମକ ଏକ ଯାତ୍ରୀବାହୀ ବୋଟକୁ ଧକ୍କା ଦେଇଥିଲା । ସୂଚାନରୁ ପ୍ରକାଶ ‘ନୀଲକମଲ’ ବୋଟ୍ ପ୍ରାୟ ୧୧୦ ଜଣଙ୍କୁ ନେଇ ଗେଟୱେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପ ଅଭିମୁଖେ ଯାତ୍ରା ଯାଉଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୧ ଜଣ ଉଦ୍ଧାର ହୋଇଥିବା ଜଣାପଡ଼ିଛି ।

ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଖବର ପାଇ ନୌସେନା, ଜେଏନପିଟି, ତଟରକ୍ଷୀ ବଳ, ପୋଲିସ ,ବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ନଉକା ସାହାଯ୍ୟରେ ରେସ୍କ୍ୟୁ ଅପରେସନ୍ କରାଯାଇଥିଲା । ବୋଟ୍ ବୁଡ଼ି ୩ ନୌସେନା କର୍ମଚାରୀ ଏବଂ ୧୦ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କରାଯାଇଥିବା ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । କହିରଖୁଛୁ ଏଲିଫାଣ୍ଟା ଦ୍ୱୀପଟି ମୁମ୍ବାଇ ଦକ୍ଷିଣ ପୂର୍ବ ତଟରୁ ପ୍ରାୟ ୧୦ କିମି ଦୂରରେ ଅବସ୍ଥିତ । ଉଦ୍ଧାର କରାଯାଇଥିବା ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ପ୍ରତିରକ୍ଷା ରାଜନାଥ ସିଂହ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି, ‘ମୁମ୍ବାଇ ବୋଟ୍ ଦୁର୍ଘଟଣା ବହୁତ ଦୁଃଖଦାୟକ । ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଆହତ ବ୍ୟକ୍ତିଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।’ ପ୍ରଧାନମନ୍ତ୍ରୀଙ୍କ PMNRFରୁ ପୀଡ଼ିତଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତ ପରିବାରଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।