ଭଦ୍ରକ: ଟଙ୍କା ନ ଦେବାରୁ ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ । ନୂଆବସ୍ ଷ୍ଟାଣ୍ଟ ପୋଲ ତଳେ ଆତଙ୍କ ଖେଳାଇଲେ ୩ ଦୁର୍ବୃତ୍ତ । ଅଣ୍ଡା ବୋଝେଇ ଟ୍ରକ୍ ଡ୍ରାଇଭର ଟଙ୍କା ନ ଦେବାରୁ ଗୁଣ୍ଡାରାଜ । ଡ୍ରାଇଭର, ଟ୍ରାନ୍ସପୋର୍ଟ ମାଲିକ ଓ ଅଣ୍ଡା ବ୍ୟବସାୟୀ ସହ ୪ ଜଣଙ୍କୁ ହାଣିଲେ । ଆକ୍ରମଣରେ ୪ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଥାନାକୁ ଯିବା ସମୟରେ ମଧ୍ୟ ସେମାନଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସୂଚନା ।