ଭବାନୀପାଟଣା: ରାଜ୍ୟରେ କିଛି ଦିନ ହେବ ଝୁଲନ୍ତା ମୃତଦେହ ମାମଲା ବଢିପାରେ ଲାଗିଛି । ଏହାରି ମଧ୍ୟରେ ଭବାନୀପାଟଣାରୁ ଏଭଳି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ୟୁନିଭର୍ସିଟି ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭବାନୀପାଟଣାରେ ଥିବା ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ରୁମରେ ଏହି ଝୁଲନ୍ତା ମୃଦଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଥୁ ରାମପୁର ବୀରକୋଟ ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନା ମୁତାବକ, ମୃତ ଛାତ୍ରୀ ଜଣକ +୨ର ପ୍ରଥମ ବର୍ଷରେ ପଢୁଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏଥିସହ ହଷ୍ଟେଲରେ ରହୁଥିବା ମୃତକଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଛି ପୋଲିସ । ଏଥିସହ ଅଧିକ ସୂଚନା ପାଇଁ ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଛି ।