Non.Veg ପାଇଁ ଛାତ୍ରଙ୍କୁ ସ୍କୁଲରୁ ତଡ଼ିଦେବାରୁ Head Masterଙ୍କ ନାଁରେ କେସ୍, ହାଇକୋର୍ଟ ଶୁଣାଇଲେ ଏହି ରାୟ….

ଆଲାହାବାଦ୍: ନନ୍ ଭେଜ୍ ଟିଫିନ୍ ଆଣିବା ନେଇ ଛାତ୍ରଙ୍କୁ ସ୍କୁଲରୁ ବାହାର କରିଦେଲେ ପ୍ରଧାନ ଶିକ୍ଷକ । ଏ ଘଟଣା ଘଟିଛି ଉତ୍ତର ପ୍ରଦେଶର ଅଲାହାବାଦରେ । ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ର ସ୍କୁଲକୁ ଅମିଷ ଟିଫିନ୍ ନେଇ ଆସିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଏହା ଜାଣିବା ପରେ ଛାତ୍ରଙ୍କ ନାଁ ସ୍କୁଲରୁ କାଟି ଦେଇଥିଲେ । ଏନେଇ ଛାତ୍ରଙ୍କ ମା’ ପ୍ରଥମେ ଥାନାରେ ଏଫଆଇଆର୍ କଲେ । ଏହାପର ମାମଲା ଆଲାହାବାଦ ହାଇକୋର୍ଟରେ ଯାଇ ପହଞ୍ଚିଲା । କୋର୍ଟ ଉକ୍ତ ମାମଲାର ଶୁଣାଣି କରି ସପ୍ତାହକ ମଧ୍ୟରେ ଅନ୍ୟ ସ୍କୁଲରେ ଛାତ୍ରଙ୍କର ନାମ ଲେଖେଇବା ପାଇଁ ଜିଲ୍ଲାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଛାତ୍ରଙ୍କୁ ବିନା କାରଣରେ ସ୍କୁଲରୁ ବାହାର କରିଦିଆଯାଇଥିବା କଥା ତାଙ୍କ ମା’ ସବରା ଅଭିଯୋଗରେ ଉଲ୍ଲେଖ କରିଥିଲେ । ପ୍ରଧାନ ଶିକ୍ଷକଙ୍କ ଏ ପ୍ରକାର ବ୍ୟବହାର ପାଇଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ କ୍ଷତିପୂରଣ ଦିଆଯିବା କଥା ମଧ୍ୟ ସବରା କହିଥିଲେ । ଚଳିତ ବର୍ଷ ସେପ୍ଟେମ୍ବରରେ ଛାତ୍ରଜଣକ ତାଙ୍କ ଅନ୍ୟ ଦୁଇ ଭାଇ ଭଉଣୀଙ୍କ ସହ ସ୍କୁଲରେ ନାମ ଲେଖାଇଥିଲେ । ତେବେ ଘଟଣା ନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁଜର୍ସ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।