Matrimonial Siteରେ ମାତିଛନ୍ତି ଠକ, ବିଭିନ୍ନ ଉପାୟରେ ଯୁବତୀଙ୍କୁ ଫସାଇ ରଚୁଛନ୍ତି କାଣ୍ଡ

ପାଟନା- ଆଜିକାଲି ବିବାହ ପାଇଁ ମାଟ୍ରିମୋନିଆଲ ସାଇଟକୁ ଲୋକେ ବହୁଳଭାବେ ବ୍ୟବହାର କରୁଛନ୍ତି । ହେଲେ ଏହି ସାଇଟ ପ୍ରତି ସାବଧାନ ରହିବାର ବେଳ ଆସିଛି । କାରଣ ଏହି ସାଇଟ ଏବେ ଖାଲି ବିବାହ ପାଇଁ ନୁହେଁ, ଠକାମି ପାଇଁ ବି ବ୍ୟବହାର ହେବାରେ ଲାଗିଛି । ମାଟ୍ରିମୋନିଆଲ ସାଇଟରେ ଠକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନେ ଏହି ସାଇଟରେ ନିଜର ପ୍ରୋଫାଇଲ କରି ଝିଅମାନଙ୍କ ସହ ବନ୍ଧୁତା ସ୍ଥାପନ କରି କାଣ୍ଡ ଭିଆଉଛନ୍ତି ।

ସୂଚନା ମୁତାବକ, ପାଟନାରେ ସାଇବର ଠକ ମାଟ୍ରିମୋନିଆଲ ସାଇଟ ଜରିଆରେ ଜଣେ ଯୁବତୀଙ୍କୁ ୨.୪୦ ଲକ୍ଷ ଟଙ୍କାର ଚୂନ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏକ ମାଟ୍ରିମୋନିଆଲ ସାଇଟରେ ସମ୍ପୃକ୍ତ ଯୁବତୀ ଜଣେ ଯୁବକର ସମ୍ପର୍କରେ ଆସିଥିଲେ । ହ୍ୱ୍ାଟ୍ସଆପରେ କଥା ହେଉଥିଲା । ନର୍ମାଲ କଲ କରିବାକୁ ଯୁବତୀ କହିଲେ କହୁଥିଲା କି ମାଲଦ୍ୱୀପରେ କାମ କରୁଛି । ତେଣୁ ନର୍ମାଲ କଲରେ ଚାର୍ଜ ପଡିବ । ଏମିତି ଉଭୟଙ୍କ ଭିତରେ ସମ୍ପର୍କ ନିବିଡ ହେଲା ।

ଦିନେ ହଠାତ୍ ଯୁବକ ସେହି ଯୁବତୀଙ୍କୁ କହିଲା କି ତାର ଭାଇଙ୍କ ମୃତ୍ୟୁ ହୋଇଯାଇଛି । ଏକ ଫଟୋ ପଠାଇ ଯୁବତୀଙ୍କୁ ବିଶ୍ୱାସକୁ ଆଣିଲା । ତା ପରେ ଯୁବତୀଙ୍କ କିଛି ଆର୍ଥିକ ସାହାଯ୍ୟ ମାଗିଲା । ଯୁବତୀ ୨.୪୦ ଲକ୍ଷ ଟଙ୍କା ଦୁଇ ଥରରେ ସେହି ଯୁବକଙ୍କୁ ପଠାଇଥିଲେ । ତା ପରଠାରୁ ସେହି ଯୁବକ ଲଗାତର ଯୁବତୀଙ୍କୁ ଟଙ୍କା ମାଗିଲା । ଯେତେବେଳେ ଯୁବତୀ ଟଙ୍କା ଦେବାକୁ ମନା କଲେ ସେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଲା । ପରେ ଯୁବକର ନମ୍ବର ବନ୍ଦ କରିଦେଲା ।

ଘଟଣା ପରେ ଯୁବତୀ ପୋଲିସରେ ଅଭିଯୋଗ କରିଛନ୍ତି । ଏଥିସହ ମାଟ୍ରିମୋନିଆଲ ସାଇଟରେ ଏପରି ଠକଙ୍କ ପ୍ରତି ସାବଧାନ ରହିବାକୁ ମଧ୍ୟ କରିଛନ୍ତି ଅପିଲ ।