ବଲିଉଡ ଅଭିନେତ୍ରୀଙ୍କ କେଶକୁ କାହିଁକି ସଜାନ୍ତିନି ପୁରୁଷ ହେୟାର ଷ୍ଟାଇଲିଷ୍ଟ? ନିର୍ଦ୍ଦେଶକଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ବଲିଉଡକୁ ନେଇ କିଛି ଏପରି କଥା ସାମ୍ନାକୁ ଆସୁଛି, ଯେଉଁଥିରେ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଫିଲ୍ମ ଇଣ୍ଡଷ୍ଟ୍ରୀର ନିଜ କାମ କରିବାର ନିଜସ୍ୱ ପଦ୍ଧତି ଅଛି। ଯାହାକୁ ସେ ବର୍ଷ ବର୍ଷ ଧରି ଫଲୋ କରିଆସୁଛି। ବଲିଉଡରେ କାମ କରୁଥିବା ମହିଳାମାନଙ୍କ ପ୍ରତି ପକ୍ଷପାତକୁ ନେଇ ଅନେକ ଥର ଖୁଲାସା ମଧ୍ୟ ହୋଇସାରିଛି। ଅନେକ ଅଭିନେତ୍ରୀମାନେ ପୁରୁଷ କଳାକାରଙ୍କଠାରୁ କମ ଫିସ ମିଳିବା କଥା ମଧ୍ୟ ସ୍ୱିକାର କରିସାରିଛନ୍ତି। ତେବେ ବର୍ତ୍ତମାନ ନିଖିଲ ଆଡଭାନୀ ମଧ୍ୟ ଫିଲ୍ମ ଦୁନିଆକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତିର ଖୁଲାସା କରିଛନ୍ତି। ନିଖିଲ ଇଣ୍ଡଷ୍ଟ୍ରୀକୁ ନେଇ ଏକ ଏପରି କଥା କହିଛନ୍ତି ଯେ, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ନିଖିଲ ଆଡଭାନୀ ‘ପ୍ରାଇମ ଭିଡିଓ’ର ‘ଓ ବୁମନିୟା’ରେ ଅଂଶଗ୍ରହଣ କରିଥିଲେ। ପ୍ୟାନେଲରେ କଥାବାର୍ତ୍ତା ସମୟରେ ନିଖିଲ ଆଡଭାନୀ ଖୁଲାସା କରିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରରେ ମହିଳା ଷ୍ଟାର୍ସଙ୍କ ପାଇଁ ପୁରୁଷ ହେୟାରଷ୍ଟାଇଲିଷ୍ଟଙ୍କୁ ଚାକିରିରେ କାହିଁକି ରଖାଯାଏନି। ନିଖିଲ ଆଡଭାନୀ କହିଛନ୍ତି ଯେ, ଇଣ୍ଡଷ୍ଟ୍ରୀରେ ୧୭୦ ଚାକିରି ଅଛି, ହେଲେ ଏଥିରେ ମାତ୍ର ୯ ଜଣଙ୍କ ପାଇଁ ମହିଳାମାନଙ୍କୁ ଯୋଗ୍ୟ ବୋଲି ବିବେଚିତ କରାଯାଏ।

ନିଖିଲ ଆଡଭାନୀ ଖୁଲାସା କରିଛନ୍ତି ଯେ, ସେ ଏକ ପ୍ରୋଜେକ୍ଟର ବଜେଟ ସହ ଜଡିତ ଡକ୍ୟୁମେଣ୍ଟ ପଢୁଥିଲେ। ଏଥିରେ ତାଙ୍କୁ ଏକ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଥିଲା। ଏହି ବିଷୟରେ କଥା ହୋଇ ନିଖିଲ କହିଛନ୍ତି ଯେ, ଏଥିରେ ୧୬୯ ଲାଇନ ଆଇଟମ ଅଛି, ଲାଇନରୁ ଉପର ଏବଂ ଲାଇନରୁ ତଳେ। ଭାବନ୍ତୁ କେବଳ ୯ଟି ଚାକିରିକୁ ମହିଳାଙ୍କ ପାଇଁ ଯୋଗ୍ୟ ବୋଲି ବିବେଚିତ କରାଯାଏ। ଅନ୍ୟ ସବୁ ଚାକିରି ପାଇଁ ମହିଳାମାନଙ୍କୁ ଯୋଗ୍ୟ ଭାବେ ବିବେଚିତ କରାଯାଇନଥାଏ।

ସେ ଆହୁରି କହିଛନ୍ତି ଯେ, ବଲିଉଡରେ ହେୟାର ଦିଦି ଏବଂ ମେକଅପ ଦାଦା କାହିଁକି ରୁହନ୍ତି? କାରଣ ଯଦି ଜଣେ ବ୍ୟକ୍ତି ମହିଳାଙ୍କ ବେକକୁ ଛୁଅଁନ୍ତି, ତେବେ ସେମାନେ ଶାରୀରିକ ଭାବେ ଉତ୍ତେଜିତ ହୋଇପାରନ୍ତି। ଏଥିପାଇଁ ଇଣ୍ଡଷ୍ଟ୍ରୀରେ ହେୟାର ଦିଦି ଏବଂ ମେକଅପ ଦାଦା ରହିଥାଆନ୍ତି। ୟୁନିୟନ ଆମକୁ ମେଲ ହେୟାରଷ୍ଟାଇଲିଷ୍ଟ ରଖିବାକୁ ଅନୁମତି ଦେଇନଥାଆନ୍ତି।