ପାଟନା- ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ ଖବର । ବିହାରର ଏକ କଲେଜରେ ଅଧ୍ୟୟନ କରିବା ପରେ ଛାତ୍ରଛାତ୍ରୀଙ୍କୁ ମିଳୁଛି ୫୦ରୁ ୬୦ ଲକ୍ଷର ବାର୍ଷିକ ପ୍ୟାକେଜରେ ଚାକିରି । କଲେଜର ପ୍ଲେସମେଣ୍ଟର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥି ଚାକିରିର ଅଫର । ଏହି କଲେଜରେ ଆଡମିଶନ ମିଳିଗଲେ ବାର୍ଷିକ ୫୦-୬୦ ଲକ୍ଷ ଦରମାରେ ମିଳିବ ଚାକିରି ।
ଏବେ ପାଟନା ଆଇଆଇଟିର ବଡ ଚାହିଦା ରହିଛି । ଚଳିତ ଶିକ୍ଷା ବର୍ଷରେ ୨୦୦ ଚାକିରି ଅଫର ମିଳିଛି, ତାହା ପୁଣି ପ୍ରଥମ ପର୍ଯ୍ୟାୟରେ । ଏଠି ସର୍ବନିମ୍ନ ପ୍ୟାକେଜ ରହୁଥି ୨୫ ଲକ୍ଷ । ଚଳିତ ବର୍ଷର ପ୍ଲେସମେଣ୍ଟରେ ପ୍ରାୟ ୭୦୦ ଛାତ୍ରଛାତ୍ରୀ ନିଜ ନାମ ପଞ୍ଜିକରଣ କରିଛନ୍ତି , ଯେଉଁଥିରେ ୨୦୭ ଜଣଙ୍କୁ ଚାକିରି ମିଳିଛି ପୁଣି ୫୦ରୁ ୬୦ ଲକ୍ଷ ଦରମାରେ । ୧୨ ଛାତ୍ରଛାତ୍ରୀ ଜାପାନର ପ୍ରମୁଖ କମ୍ପାନୀରେ ପାଇଛନ୍ତି ନିଯୁକ୍ତି ।
ଆଇଆଇଟି ପାଟନାର ଛାତ୍ରଛାତ୍ରୀଙ୍କୁ ମିଳିଥିବା ପ୍ରି ପ୍ଲେସମେଣ୍ଟ ଅଫର ଆସିଛି । ଏଥିରେ ବିଶ୍ୱର ବହୁ ନାମକରା ସଂସ୍ଥା ଭାଗ ନେଇଛନ୍ତି । ଏଯାଏଁ ୭୦ କମ୍ପାନୀ ଏଥିରେ ଭାଗ ନେଇ ସାରିଲେଣି । ସେଥିମଧ୍ୟରେ ରହିଛି ଗୁଗଲ, ମାଇକ୍ରୋସପ୍ଟ, ଗୋଲ୍ଡନମ୍ୟାନ ସେକ, ଆମେରିକାନ ଏକ୍ସପ୍ରେସ, ଜନସନ ଆଣ୍ଡ ଜନସନ ପରି କମ୍ପାନୀ । ଏହି ପ୍ଲେସମେଣ୍ଟ ପ୍ରକ୍ରିୟାକୁ ଦେଖି ଏବେ ଆଧିକାଂଶ ଛାତ୍ରଛାତ୍ରୀ ପାଟନା ଆଇଆଇଟିରେ ନାମ ଲେଖାଇବାକୁ ଇଛା ପ୍ରକାଶ କରୁଛନ୍ତି ।