ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଅଜବ ଘଟଣା । ହନିମୁନ ସ୍ଥାନକୁ ନେଇ ଘଟିଲା ତୁମୁଳ କାଣ୍ଡ । ଜ୍ବାଇଁ ଉପରକୁ ଏସିଡ ଫିଙ୍ଗିଦେଲେ ଶ୍ବଶୁର । ନିଜର ଝିଅକୁ ଯେଉଁ ଜ୍ବାଇଁକୁ ଟେକି ଦେଇଥିଲେ ସେହି ଜ୍ବାଇଁକୁ ଏସିଡ ମାଡ କଲେ । ଏହି ଘଟଣା ପରେ ଜ୍ବାଇଁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ରର ଥାନେରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ତେବେ ଜ୍ବାଇଁକୁ ଏସିଡ ମାଡ କରି ଶଶୁର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ଗୁରୁତର ଯୁବକଙ୍କର ନାମ ଇବାଦ ଅତିକ ।
ସୂଚନା ଅନୁସାରେ, ପରିବାରର ସହମତିରେ ବିବାହ ହୋଇଥିଲା । ବିବାହ ପରେ ଜ୍ବାଇଁ କାଶ୍ମୀର ଯିବା ପାଇଁ ସ୍ଥାନ ବାଛିଥିଲେ । କିନ୍ତୁ ଏହି ସ୍ଥାନକୁ ପସନ୍ଦ କରିନଥିଲେ ଶ୍ବଶୁର । ସେ ଧାର୍ମିକସ୍ଥଳକୁ ଯିବା ପାଇଁ ଚାହୁଁଥିଲେ ହେଁ ଜ୍ବାଇଁ ତାହାକୁ ମାନିନଥିଲେ । ଏହାପରେ ରାଗିଯାଇ ତାଙ୍କ ଉପରକୁ ଏସିଡ ମାଡ କରିଥିଲେ । ଏଥିରେ ଅତିକ ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶଶୁର ଫେରାର ହୋଇଛନ୍ତି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୟାନ ରେକର୍ଡ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ହନିମୁନ ସ୍ଥାନକୁ ନେଇ ଶଶୁରର ଏଭଳି କାଣ୍ଡ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।