ଭୁବନେଶ୍ବର: ଆକାଶରେ ଚଳିତ ବର୍ଷ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଡିସେମ୍ବର ଏବଂ ଜାନୁଆରୀ ମାସର ପ୍ରଥମାର୍ଦ୍ଦରେ 5 ଗ୍ରହକୁ ଖାଲି ଆଖିରେ ଦେଖିପାରିବେ । ତେବେ ମାସେ ପର୍ଯ୍ୟନ୍ତ ଆକାଶରେ ଏହି 5 ଗ୍ରହକୁ ଦେଖିପାରିବେ । ଏଭଳି ସଂଯୋଗକୁ ପ୍ଲାନେଟ ପରେଟ କୁହାଯାଏ । ଯଦି ଦେଖିବା ଏହା ଏକ ମହାଜାଗତିକ ଘଟଣା । ସୂର୍ଯ୍ୟ ଚାରିପଟେ 8ଗ୍ରହ ଘୂର୍ଣ୍ଣନ କରୁଛନ୍ତି । ତେବେ ଏହି 8 ଗ୍ରହ ମଧ୍ୟରୁ ପୃଥିବୀକୁ ଛାଡି ଆଉ 5 5 ଗ୍ରହକୁ ଖାଲି ଆଖିରେ ଦେଖିପାରିବେ । ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟ ଉପରେ ଶୁକ୍ର ଗ୍ରହ ଉଜ୍ଜଳ ଭାବେ ରହିବେ । ରାତି ବଢିବା ସହିତ ଏହି ଗ୍ରହଗୁଡିକ ପୂର୍ବରୁ ପଶ୍ଚିମକୁ ଘୂର୍ଣ୍ଣାୟମାନ କରି କ୍ରମାନ୍ବୟରେ ଅସ୍ତ ହେବେ । ସେହି ସମୟରେ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବେ ।
ସାଧାରଣତଃ ବୁଧ ଗ୍ରହକୁ ଖାଲି ଆଖିରେ ଦେଖିବା କଷ୍ଟକର ହୋଇଥାଏ । କିନ୍ତୁ ଡିସେମ୍ବର 20ରୁ 30 ତାରିଖ ଯାଏଁ ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ଠିକ ପୂର୍ବରୁ ଦିଗବଳୟର ପ୍ରାୟ 30 ଡିଗ୍ରୀ ମଧ୍ୟରେ ଦେଖାଯିବ । ଏହାସହିତ ୟୁରେନ୍ସ ଏବଂ ନାପଚୁନ ଗ୍ରହକୁ ମଧ୍ୟ ଖାଲି ଆଖିରେ ଦେଖିପାରିବେ । ଏହାକୁ ଏକ ବିରଳ ଏବଂ ମହାଜାଗତିକ ଦୃଶ୍ୟ ମଧ୍ୟ କହିପାରିବା ।