ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାନକପୁର ରେଳ ଷ୍ଟେସନରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବା ବେଳେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ପ୍ଲାଟଫର୍ମରେ ଠିଆ ହୋଇଥିବା କିଛି ଲୋକ ଛପରାରୁ ମୁମ୍ବାଇ ଯାଉଥିବା ଟ୍ରେନର କାଚ ଭାଙ୍ଗିଦେଇଛନ୍ତି । ଟ୍ରେନ୍ ନମ୍ବର 15101 କୋଚର ଗ୍ଲାସ ଭାଙ୍ଗିଥିବାର ନଜର ଆସିଛନ୍ତି । ଏହି ଘଟଣା ବିଷୟରେ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ରେଳ ମନ୍ତ୍ରଣାଳୟକୁ ଟ୍ୟାଗ୍ କରିଛନ୍ତି ଏବଂ ଲେଖିଛନ୍ତି ଯେ ଏଭଳି ଘଟଣା ରେଳ ଯାତ୍ରୀଙ୍କ ସୁରକ୍ଷା ସହିତ ଖେଳିବା ସହିତ ସମାନ । ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ ଅଟେ ।
ସୂଚନା ଅନୁସାରେ, ଯାତ୍ରୀ ଯାତ୍ରୀମାନଙ୍କ ମଧ୍ୟରେ ଝଗଡା ପାଇଁ ଏଭଳି ହୋଇଛି । ଗାଡି ସଂଖ୍ୟା 15101 ଅନ୍ତୋଦୟ ଏକ୍ସପ୍ରେସରେ ଯେତେବେଳଏ ଯାତ୍ରୀମାନେ ଚଢିବା ପାଇଁ ଯାଉଥିଲେ, ସେତେବେଳେ ଭିତରେ ରହିଥିବା ଯାତ୍ରୀମାନେ ହଠାତ୍ ଆସି କବାଟ ଦେଇଦେଇଥିଲେ । ପ୍ରଥମେ ବାହାରେ ରହିଥିବା ଯାତ୍ରୀମାନେ କବାଟ ଖୋଲିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଟ୍ରେନ ଭିତରେ ରହିଥିବା ଯାତ୍ରୀମାନେ ସେମାନଙ୍କ କଥା ଶୁଣିନଥିଲେ । କିଛି ସମୟ ପରେ ବାହାର ଯାତ୍ରୀମାନେ ଏକ ପଥର ନେଇ କବାଟ ଭାଙ୍ଗି ଦେଇଥିଲେ । ତେବେ ଏହି ସବୁ ହଙ୍ଗାମା ସମୟରେ ପ୍ଲାଟଫର୍ମରେ କୌଣସି ସୁରକ୍ଷାକର୍ମୀ ଉପସ୍ଥିତ ନଥିଲେ । ତେବେ ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତି ନେଇ ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ୟୁଜର୍ସ କହିଛନ୍ତି ଯଦି ଷ୍ଟେସନ ମାଷ୍ଟର ଉପସ୍ଥିତ ରହିଥାନ୍ତେ ତାହେଲେ ରେଳବାଇର ଏତେ ବଡ କ୍ଷତି ହୋଇନଥାନ୍ତା କିମ୍ବା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇନଥାନ୍ତା ।
यात्रियों ने अंत्योदय एक्सप्रेस के दरवाजे को तोड़ दिया, मामला बस इतना था कि गेट नहीं
खोला गया था। pic.twitter.com/BO1ksgdTmF— Priya singh (@priyarajputlive) December 20, 2024