ଏବେ ଇନଷ୍ଟାଗ୍ରାମରେ ହେବ ଅତରଙ୍ଗୀ Reels,ଆସିଗଲା AI Video ଏଡିଟିଂ ଟୁଲ୍, ବଦଳାଇଦେବ ପୋଷାକ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ କଣ୍ଟେଣ୍ଟ କ୍ରିଏସନକୁ ପରବର୍ତ୍ତୀ ସ୍ତରକୁ ନେଉଛି । ପ୍ଲାଟଫର୍ମ ଏକ ଆକର୍ଷଣୀୟ ନୂଆ ଜେନେରେଟିଭ୍ AI ଭିଡିଓ ଏଡିଟିଂ ସୁବିଧା ଘୋଷଣା କରିଛି, ଯାହା ଆସନ୍ତା ବର୍ଷ ଆରମ୍ଭ ହେବାକୁ ଯାଉଛି । ଏହାର ସାହାଯ୍ୟରେ, ୟୁଜର୍ସ ସହଜରେ ଭିଡିଓ ଏଡିଟ୍ କରିପାରିବେ । ଏଥିପାଇଁ କୌଣସି ବିଶେଷ ଏଡିଟିଙ୍ଗ ଟୁଲ୍ସର ଆବଶ୍ୟକତା ରହିବ ନାହିଁ ।

ଆଦାମ ମୋସେରୀ ଦ୍ୱାରା ସେୟାର ହୋଇଥିବା ଟିଜରରେ ଶାନଦାର ଏଡିଟିଙ୍ଗ ଦେଖିବାକୁ ମିଳିଛି । ତାଙ୍କର ପୋଷାକ ବଦଳିଗଲା, ବେକିଗ୍ରାଉଣ୍ଡ ବଦଳିଗଲା । ଏପରିକି ତାଙ୍କର ଅଭତାର ଭର୍ସନ ଦେଖିବାକୁ ମିଳିଲା । ଏହା ସହ ତାଙ୍କର ବେକରେ ସୁନର ଚେନ୍ ବି ଆଡ୍ ହୋଇଗଲା।

ଏହି ସମସ୍ତ କାର୍ଯ୍ୟ ମେଟାର ମୁଭି ଜେନ ଏଆଇ (Movie Gen AI) ଦ୍ୱାରା କରାଯାଇଛି । ଏହା ହେଉଛି ଏକ AI ମଡେଲ୍, ଯାହା ବ୍ୟକ୍ତି ଏବଂ ତାଙ୍କର କାର୍ଯ୍ୟକଳାପକୁ ବାସ୍ତବ ରଖି ଭିଡିଓ ଏଡିଟ୍ କରିବା ପାଇଁ ଡିଜାଇନ୍ କରାଯାଇଛି ।

ମେଟା କହିଛି ଯେ, ମୁଭି ଜେନ ଏଆଇ ଅନ୍ୟ ସଫ୍ଟୱେର୍ ଅପେକ୍ଷା ଭଲ ଏବଂ ଦ୍ରୁତ ଗତିରେ କାମ କରେ । ଇନଷ୍ଟାଗ୍ରାମ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ ଆପ ମଧ୍ୟରୁ ଗୋଟିଏ ଏବଂ ନୂତନ ଭିଡିଓ ଏଡିଟିଂ ଫିଚର ଟ୍ରେଣ୍ଡ ବଦାଇପାରିବ ।

ଯଦି ମୋସେରୀ ପରାମର୍ଶ ଦେଇଥିବା ପଦ୍ଧତିଗୁଡିକ ସଠିକ୍ ପ୍ରମାଣିତ ହୁଏ, ତେବେ ଏହି ଫିଚର ଭିଡିଓ ତିଆରି କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇଦେବ । କ୍ରିଏଟରଙ୍କ ପାଇଁ ଏହା ଏକ ସର୍ବୋତ୍ତମ ବିକଳ୍ପ ହେଇପାରିବ , ଯେଉଁମାନେ ଏଡିଟିଂ ସଫ୍ଟୱେର୍ ଶିଖିବା ପରିବର୍ତ୍ତେ ସିଧାସଳଖ ସେମାନଙ୍କ ଆଇଡିଆ ଉପରେ କାମ କରିବାକୁ ଚାହାଁନ୍ତି |

ଏହା ନକଲିତାକୁ ପ୍ରୋତ୍ସାହନ ଦେଇପାରେ, ଯାହା ଅନେକ ଲୋକଙ୍କୁ ମଧ୍ୟ ଦ୍ୱନ୍ଦରେ ପକାଇପାରେ ବୋଲି କିଛିଜଣ ମଧ୍ୟ ସମଲୋଚନା କରିଛନ୍ତି ।