ଜର୍ମାନୀ: ଜର୍ମାନୀ ମାଗଡେବର୍ଗ ଖ୍ରୀଷ୍ଟମାସ୍ ମାର୍କେଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ପ୍ରାୟ ୭୦ ଲୋକଙ୍କ ଉପରେ ମାଡ଼ିଯାଇଥିଲା । ଶୁକ୍ରବାର ଏହି କାର ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି । ଏଥିମଧ୍ୟରୁ ୧୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ତେବେ କାର ଡ୍ରାଇଭର ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ ଶୁକ୍ରବାର ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରେ ମାଗଡେବର୍ଗ ଖ୍ରୀଷ୍ଟମାସ୍ ମାର୍କେଟରେ ଶପିଂ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ସମୟରେ କେଉଁ ଆଡ଼ୁ ହଠାତ ଏକ କାର ଦୃତ ଗତିରେ ମାଡ଼ି ଆସିଥିଲା । ଏହା ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ । କିଛି ଲୋକ ପଡ଼ିଯାଇଥିଲେ ଓ ଅନେକ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଥିଲେ । ବତ୍ତର୍ମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ରହିଛି । ଏହି ମାମଲାରେ ଜର୍ମାନ ପୋଲିସ କାର ଡ୍ରାଇଭର, ସାଉଦୀ ଆରବର ଜଣେ ୫୦ ବର୍ଷୀୟ ଡ୍ରାଇଭରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେ ଏଭଳି କାହିଁକି ଓ କଣ ପାଇଁ କଲେ ଅଧିକ ତଦନ୍ତ ଜାରି ରହିଛି ।
Terror attack in Germany. Terror
left Saudi Arabia in 2006 and demanded asylum in Germany as he left his religion.Some say, he is an atheist.
Terrorism has no religion. Let’s stand with humanity.#Terroristattack#Magdeburg #rmali121 https://t.co/f2YV3HrA4y— Sea_winter (@Kotajitu1994) December 21, 2024