ସୁନୀତା ୱଲିୟମ୍ସଙ୍କ ଦରମା କେତେ? ସାତ ମାସ ହେଲାଣି ମହାକାଶରେ ଫସିଲେଣି, ଜାଣନ୍ତୁ ନାସା କେତେ କରିଛି ବୀମା

ଓଡ଼ିଶା ଭାସ୍କର: ସୁନୀତା ୱିଲିୟମ୍ସ ଜଣେ ଶୀର୍ଷ ସ୍ତରର ମହାକାଶଚାରୀ। ବର୍ତ୍ତମାନ ସେ ଇଣ୍ଟରନେସନାଲ ସ୍ପେସ ଷ୍ଟେସନର ୭୨ତମ ମିଶନର କମାଣ୍ଡର। ସୁନୀତାଙ୍କୁ ଦ୍ୱିତୀୟ ଥର ଆଇଏସଏସର କମାଣ୍ଡର କରାଯାଇଥିଲା। ସଏ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଦ ୱିଲମୋର ଜୁନ ୨୦୨୪ରେ ସ୍ପେସ ଷ୍ଟେସନରେ ଅଛନ୍ତି।

ସେମାନଙ୍କର ମହାକାଶ ଯାନ ଖରାପ କାରଣରୁ ସେମାନେ ମାର୍ଚ୍ଚ ୨୦୨୫ ପୂର୍ବରୁ ଫେରିବେ ବୋଲି ଅନୁମାନ କରାଯାଇପାରୁନି। ମହାକାଶଚାରୀ ନିଜ ମିଶନକୁ ପୂରା କରିବା ସମୟରେ ଅନେକ ଆଘାତ ପାଇଛନ୍ତି। ଆଘାତକୁ ଧ୍ୟାନରେ ରଖାଯାଇ ସେମାନଙ୍କ ଦରମା ମଧ୍ୟ ସେହି ହିସାବରେ କରାଯାଇଛି। ଏଥିରେ ସେମାନଙ୍କର ବୀମା ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ଆମେରିକା ମହାକାଶ ଏଜେନ୍ସି ନାସା ସୁନୀତା ଏବଂ ଅନ୍ୟ ମହାକାଶଚାରୀଙ୍କୁ କେତେ ଦରମା ଏବଂ ସୁବିଧା ଦେଇଥାଏ।

ସୁନୀତା ୱିଲିୟମ୍ସଙ୍କ ଦରମା, ଭତ୍ତା, ଏବଂ ବୀମା:
ସୁନୀତା ୱିଲିୟମ୍ସ ଆମେରିକା ନେଭୀରୁ କ୍ୟପ୍ଟେନ ଭାବେ ଅବସର ନେଇସାରିଛନ୍ତି। ଭାରତୀୟ ବଂଶୋଦ୍ଭବ ଏହି ମହାକାଶଚାରୀ ନାସାର ସବୁଠୁ ବରିଷ୍ଠ ଅନ୍ତରୀକ୍ଷ ଯାତ୍ରୀଙ୍କ ମଧ୍ୟରୁ ଜଣେ। ସେ ଏପର୍ଯ୍ୟନ୍ତ ୩୨୦ ଦିନରୁ ଅଧିକ ସମୟ ମହାକାଶରେ ବିତାଇଛନ୍ତି। ୨୦୨୪ରେ ନାସାର ମହାକାଶ ଯାତ୍ରୀଙ୍କ ପାଇଁ ବାର୍ଷିକ ସାଲାରୀ ସ୍କେଲ ୮୪,୩୬୫ ଡଲାରରୁ ୧୧୫,୦୭୯ଡଲାର ଅଟେ। ନାସା ନିଜର ସମସ୍ତ ମହାକାଶ ଯାତ୍ରୀକୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଥାଏ। କହିବାକୁ ଗଲେ ଏଜେନ୍ସିମାନେ ଏହି ରାଶିର ଖୁଲାସା କରନ୍ତି ନାହିଁ। ପ୍ରତ୍ୟେକ ମହାକାଶ ମିଶନ ପୂର୍ବରୁ ମହାକାଶଚାରୀଙ୍କ ପରିବାରକୁ ମାନସିକ ସହାୟତା ପ୍ରଦାନ କରାଯାଇଥାଏ। ନାସାର ମହାକାଶଚାରୀ ଭତ୍ତା ମଧ୍ୟ ପାଇଥାନ୍ତି।

ରିପୋର୍ଟ ମୁତାବକ, ନାସାରେ ସିଭିଲ ମହାକାଶଚାରୀଙ୍କ ଦରମା ଆମେରିକା ସରକାରଙ୍କ ବେତନ ଅନୁଯାୟୀ ନିର୍ଦ୍ଧାରୀତ କରାଯାଇଥାଏ। ବିଶେଷ ଭାବେ ଜିଏସ-୧୩ ରୁ ଜିଏସ-୧୫ ଗ୍ରେଡରେ ରହିଥାଏ।

ଜିଏସ-୧୩- ବାର୍ଷିକ ଦରମା ୮୧,୨୧୬ ଡଲାରରୁ ୧୦୫,୫୭୯ଡଲାର ଅଟେ। ଭାରତୀୟ ଟଙ୍କାରେ ଏହା ୬୯ ଲକ୍ଷ।
ଜିଏସ-୧୪- ବାର୍ଷିକ ୯୫,୯୭୩ରୁ ବଢି ୧୨୪,୭୬୪ଡଲାର ଅଟେ। ଏହା ବାରତୀୟ ଟଙ୍କାରେ ୮୧.୬୦ ଲକ୍ଷରୁ ୧.୦୬ କୋଟି ମଧ୍ୟରେ।
ଜିଏସ-୧୫-ବାର୍ଷିକ ଦରମା ୧୪୬,୭୫୭ ପର୍ଯ୍ୟନ୍ତ ପହଞ୍ଚିପାରେ। ଭାରତୀୟ ଟଙ୍କାରେ ଏହା ହାରାହାରି ୧.୨୫ କୋଟି ଟଙ୍କା।