ନୂଆଦିଲ୍ଲୀ- ବିଧାନସଭା ନିର୍ବାଚନ ଆଗରୁ ଦିଲ୍ଲୀ ସରକାର ମହିଳାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ମହିଳା ସମ୍ମାନ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ମହିଳାଙ୍କ ନାମ ପଞ୍ଜିକରଣ କାମ ୨୩ ଡିସେମ୍ବର ୨୦୨୪ରୁ ଆରମ୍ଭ ହେବ । ଏହି ଯୋଜନାରେ ନିଜ ନାମକୁ ସାମିଲ କରିବାକୁ ମହିଳାଙ୍କୁ ଏହି ଦସ୍ତାବିଜ ପାଖରେ ରଖିବା ଦରକାର ।
ରବିବାର ଆପ ପ୍ରମୁଖ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି କି ସୋମବାରରୁ ମହିଳା ସମ୍ମାନ ଯୋଜନାର ରେଜିଷ୍ଟ୍ରେନ କାମ ଆରମ୍ଭ ହେବ । ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ଏକ ହଜାର ମାସିକ ସହାୟତ ଯୋଗାଇଦେବେ ସରକାର । ଦିଲ୍ଲୀ ସରକାର ୨୦୨୪-୨୫ ବର୍ଷ ପାଇଁ ନିଜ ବଜେଟରେ ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ ।
ବିଧାନସଭା ନିର୍ବାଚନ ଆଗରୁ ଏହି ଯୋଜନାର ପ୍ରକ୍ରିୟା କରଣ ଆରମ୍ଭ କରିବାକୁ ଯାଉଛନ୍ତି । ସରକାର କହିଛନ୍ତି ନିର୍ବାଚନରେ ଆପ ଜିତିଲେ ଆସନ୍ତା ବର୍ଷରୁ ଏହି ସହାୟତା ରାଶିକୁ ୨୧ଶହ କରିଦିଆଯିବ । ତେବେ ରବିବାର ଅରବିନ୍ଦ ମହିଳାଙ୍କୁ ଏହି ଯୋଜନାରେ ସାମିଲ ହୋଇ ଏହାର ଫାଇଦା ନେବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ସୋମବାରରୁ ଏହି ଯୋଜନାରେ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ମହିଳାଙ୍କୁ ନାମ ପଞ୍ଜିକରଣ କରିବାକୁ କହିଛନ୍ତି ।
କେଜରିୱାଲ କହିଛନ୍ତି କି, ଏଥିପାଇଁ ମହିଳାଙ୍କୁ କୌଣସି ଯାଗାକୁ ଯିବାର ଆବଶ୍ୟକତା ନାହିଁ । ସ୍ୱେଚ୍ଛାସେବୀ ଆପଣଙ୍କ ଘରେ ପହଞ୍ଚିବେ ଓ ନାମ ପଞ୍ଜିକରଣ କରିବେ । ଏଥିପାଇଁ ମହିଳାଙ୍କୁ କେବଳ ନିଜ ଭୋଟର ଆଇକାର୍ଡ ଦେଖାଇବାକୁ ହେବ । ଆଉ କିଛି ଦସ୍ତାବିଜର ଆବଶ୍ୟକତା ନାହିଁ ଏହି ଯୋଜନାରେ ସାମିଲ ହେବାକୁ ।
कल से पूरी दिल्ली में महिला सम्मान योजना और संजीवनी योजना के लिए रजिस्ट्रेशन शुरू हो रहा है। https://t.co/0i8aJgNPmQ
— Arvind Kejriwal (@ArvindKejriwal) December 22, 2024