ଓଡ଼ିଶା ଭାସ୍କର: ଏକ ମନ୍ଦିରରୁ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି । ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଯାଇଥିବା ବେଳେ ତାଙ୍କ ଆଇଫୋନ୍ ଭଗବାନଙ୍କ ସମ୍ପତ୍ତି ବୋଲି କହିଛନ୍ତି ପୂଜକ । ଶ୍ରଦ୍ଧାଳୁ ତାଙ୍କ ଆଇଫୋନ୍ ଫେରାଇ ଦେବାକୁ ଦାବି କରିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଏହାକୁ ଶୁଣିବାକୁ ନାରାଜ । ବର୍ତ୍ତମାନ ଏହି ଆଇଫୋନ୍ ଭଗବାନଙ୍କ ସମ୍ପତ୍ତି ବୋଲି କହି ସେମାନେ ଦାବି କରିଛନ୍ତି । ପୂଜା କରିବାକୁ ଯାଇ ମନ୍ଦରର ଦାନ ପେଟିରେ ନିଜ ଦାମୀ ଆଇଫୋନକୁ ହରାଇ ବସିଛନ୍ତି ଦିନେଶ । ଏଭଳି ଏକ ମାମଲାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
ଏଭଳି ଖବର ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ନଭେମ୍ବର ମାସରେ ମନ୍ଦିର ଦର୍ଶନ ପାଇଁ ଆସିଥିଲେ ଦିନେଶ ନାମକ ଜଣେ ଯୁବକ । ଦାନ ପାଇଁ ପକେଟ୍ରୁ ଟଙ୍କା ବାହାର କରିବା ସମୟରେ ତାଙ୍କ ଆଇଫୋନ୍ ଦାନ ବାକ୍ସ ଭିତରେ ପଡ଼ିଯାଇଥିଲା । ଏହା ପରେ ମନ୍ଦିର ପ୍ରଶାସନ ସହ ସମ୍ପର୍କ କରି ମୋବାଇଲ ଫୋନ୍ ଫେରାଇବାକୁ ସେ କହିଥିଲେ ।
ମନ୍ଦିର ପ୍ରଶାସନ କହିଲା, ଦାନ ବାକ୍ସ ଦୁଇ ମାସରେ ଥରେ ଖୋଲାଯାଏ । ଏହା ପରେ ଦିନେଶ ସେଠାରୁ ଖାଲିହାତରେ ଫେରିଯାଇଥିଲେ । ଗତ ୨୦ ତାରିଖ (ଶୁକ୍ରବାର) ମନ୍ଦିରର ଦାନ ବାକ୍ସ ଖୋଲାଯାଇଥିଲା । ସେଥିରୁ ମୋବାଇଲ ଫୋନ୍ ମିଳିଲା । ମନ୍ଦିର ପ୍ରଶାସନ ଦିନେଶccccccccc ଏ ବିଷୟରେ ସୂଚନା ଦେଲେ । ପ୍ରଶାସନ କହିଲା, ଫୋନ୍ ତାଙ୍କୁ ଫେରାଯିବ ନାହିଁ । କାରଣ ପରମ୍ପରା ଅନୁସାରେ, ଦାନ ପେଟିକୁ ଯାଇଥିବା ପ୍ରତ୍ୟେକ ଜିନିଷ ମନ୍ଦିର ଦେବତାଙ୍କର ହୋଇଯାଏ । ଦେବତାଙ୍କୁ ମାନିବାର ଏହି ପରମ୍ପରାକୁ ପାଳନ କରାଯିବ । ସେଥପାଇଁ ଫୋନ୍ ମନ୍ଦିର ପ୍ରଶାସନ ପାଖରେ ରହିବ । ଦିନେଶ ନିଜର ସିମ୍ କାର୍ଡ ଓ ଫୋନ୍ ଡାଟା ନେଇପାରିବେ ବୋଲି ପ୍ରଶାସନ ସ୍ପଷ୍ଟ କଲା । ଦିନେଶ କିନ୍ତୁ ଫୋନ୍ ନେବାକୁ ଦାବି କରିଛନ୍ତି । ତେବେ ଚେନ୍ନାଇ ନିକଟସ୍ଥ ଥିରୁପୋରୁରରେ ଅରୁଲମିଗୁ କନ୍ଦସ୍ୱାମୀ ମନ୍ଦିରରେ ଏଭଳି ଅଜବ ମାମଲା ସାମ୍ନାକୁ ଆସିଛି ।
ତେବେ ଏହି ଘଟଣାରେ ତାମିଲନାଡୁର ମନ୍ତ୍ରୀ ପି ଶେଖର ବାବୁ କହିଛନ୍ତି, ନିୟମ ଅନୁସାରେ, ଦାନ ପେଟିକୁ ଆସିଥିବା ଅର୍ପଣ ବସ୍ତୁ ଦେବତାଙ୍କ ଖାତାକୁ ଯାଏ । ଭକ୍ତଙ୍କ ଦାନକୁ ଫେରାଇବାର ଅନୁମତି ମନ୍ଦିର ପ୍ରଶାସନ ଦିଏ ନାହିଁ । ଜଣେ ଅଧିକାରୀଙ୍କ ଅନୁସାରେ, ଦାନ ବାକ୍ସରେ ମୂଲ୍ୟବାନ ସାମଗ୍ରୀ ପଡ଼ିବାର ଏହା ପ୍ରଥମ ଘଟଣା ନୁହେଁ । ୨୦୨୩, ମେ’ରେ କେରଳର ଅଲପ୍ପୁଝା ବାସିନ୍ଦା ଏସ୍ ସଙ୍ଗୀତା ଶ୍ରୀ ଧନଦାୟୁଥପାନୀ ସ୍ୱାମୀ ମନ୍ଦିର ଯାଇଥିଲେ । ସେ ଗଳାରୁ ତୁଳସୀ ମାଳ ବାହାର କରୁଥିଲେ । ଏହି ସମୟରେ ତାଙ୍କର ୧୪ ଗ୍ରାମ୍ର ସୁନା ଚେନ୍ ଦାନ ବାକ୍ସ ଭିତରେ ପଡ଼ିଯାଇଥିଲା । ସଙ୍ଗୀତା ଏ ବିଷୟରେ ମନ୍ଦିର ପ୍ରଶାସନକୁ ଜଣାଇଥିଲେ । ତାଙ୍କ ଆର୍ôଥକ ସ୍ଥିତିକୁ ଦେଖି ମନ୍ଦିରର ସିସିଟିଭି ଫୁଟେଜ୍ ଯାଞ୍ଚ୍ କରାଯାଇଥିଲା । ଏହା ପରେ ମନ୍ଦିର ପ୍ରଶାସନ ଚେନ୍ ଫେରାଇବା ବଦଳରେ ସେତିକି ଓଜନର ଏକ ନୂଆ ଚେନ୍ କିଣି ତାଙ୍କୁ ଦେଇଥିଲା ।