ସକାଳୁ ଦୁର୍ଘଟଣା : କୁହୁଡ଼ି ଯୋଗୁ ଚିମ୍ନିରେ ମାଡ଼ ହେଲା ବିମାନ, ଚାଲିଗଲା ଗୋଟିଏ ପରିବାରର ୧୦ ଜଣଙ୍କ ଜୀବନ

ଗ୍ରାମାଡୋ: ବ୍ରାଜିଲ ଗ୍ରାମାଡୋରେ ବିମାନ ଦୁର୍ଘଟଣାରେ ୧୦ ଜଣ ପ୍ରାଣ ହରାଇଛନ୍ତି । ପ୍ଲେନରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ରବିବାର ସକାଳେ ପ୍ଲେନଟି ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରଥମେ ଏକ ବଡ଼ ଅଟାଳିକା ଚିମନିରେ ମାଡ଼ ହେବାପରେ ପ୍ଲେନଟି ନିୟନ୍ତ୍ରଣ ହରାଇ ଏକ ଘରେ ମାଡ଼ ହୋଇଥିଲା ପରିଶେଷରେ ଫର୍ନିଚର ଦୋକାନ ଉପରେ ଖସିପଡ଼ିଥିଲା । ଦୁର୍ଘଟଣା ଯୋଗୁ ପ୍ଲେନରେ ନିଆଁ ଲାଗିଯାଇଥିଲା, ଯାହାଫଳରେ ଚାରିଆଡ଼ ଧୂଆଁ ହୋଇଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ପାଇଁ ଶ୍ୱାସକ୍ରିୟା କଷ୍ଟକର ହୋଇପଡ଼ିଥିଲା । ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପବ୍ଲିକ ସିକ୍ୟୁରିଟି ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି ।

ଦୁର୍ଘଟଣାରେ ପ୍ରାଣହରାଇଥିବା ସମସ୍ତ ଯାତ୍ରୀ ଗୋଟିଏ ପରିବାରର ବୋଲି ରିଓ ଗ୍ରାଣ୍ଡେ ଗଭର୍ନର ଡୋ ସୁଲ ଏଡୁର୍ଡୋ ଲିଟ୍ କହିଛନ୍ତି । ଘନ କୁହୁଡ଼ି କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଥିବାବେଳେ ଅଥରିଟିଙ୍କ ପକ୍ଷରୁ କାରଣ ଖୋଜା ଚାଲିଛି । ଏ ନେଇ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଏକ୍ସ ଜରିଆରେ ଏକ ପୋଷ୍ଟ ଶେୟାର କରି ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି ।