ଏମିତି ବି ଆସେ ମୃତ୍ୟୁ! ଗାଢ଼ ନିଦରେ ଶୋଇଥିବାବେଳେ ଚଢ଼ିଗଲା ଡମ୍ପର, ୨ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ପୁଣେ: ମହାରାଷ୍ଟ୍ର ପୁଣେରେ ପୁଣି ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଯାଇଛି ଡମ୍ପର । ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡ଼ିଛି । ରାତି ପ୍ରାୟ ୧୨ଟା ବାଜି ୩୦ ମିନିଟରେ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ, ଡମ୍ପର ଚାଳକ ନିଶାଶକ୍ତ ଅବସ୍ଥାରେ ଥିଲେ ।

ଦୁର୍ଘଟଣାରେ ଆହତ ବ୍ୟକ୍ତି ଶ୍ରମିକ ଅଟନ୍ତି । କାମ କରିବା ପାଇଁ ରବିବାରଦିନ ସେମାନେ ଅହମଦାବାଦରୁ ପୁଣେ ଆସିଥିଲେ । ଘଟଣାସ୍ଥଳରେ ପାଖାପାଖି ୧୨ ଜଣ ଲୋକ ଥିବାବେଳେ ବାକି ଲୋକ ରାସ୍ତା କଡ଼ ଝୁପୁଡ଼ିରେ ଶୋଇଥିଲେ । ଯେଉଁମାନେ ପୋଲିସକୁ ଏହାର ସୂଚନା ଦେଇଥିଲେ । ଘଟଣାସ୍ତଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।