ଓଡ଼ିଶା ଭାସ୍କର: ସୁନ୍ଦରୀ ଦେଖି ବାହା ହୋଇଥିଲେ । କିନ୍ତୁ ସୁନ୍ଦର ଆଉ ଶାନ୍ତ ଚେହେରା ତଳେ କ’ଣ ଅଛି, କିଏ ବା ଜାଣିଥିଲା । ସୁନ୍ଦରୀ ଦେଖି ଘରକୁ ସ୍ତ୍ରୀ କରି ଆଣିଥିଲେ, କିନ୍ତୁ ଦିନ କେଇଟା ପରେ ଘରର ସବୁ ଟଙ୍କା-ସୁନାଗହଣା ଧରି ଛୁ ମାରିଛନ୍ତି ଲୁଟେରା ଦୁଲହନ୍ । ବାହାଘରର ପ୍ରାୟ ୫ ମାସ ପରେ ଘରୁ ନଗଦ ଟଙ୍କା ଏବଂ ସୁନାଗହଣା ଧରି ଚମ୍ପଟ ମାରିଛି ସୁନ୍ଦରୀ ସ୍ତ୍ରୀ । ତେବେ ମାମଲାରେ ପୋଲିସ ଏହି ‘ଲୁଟେରା ଦୁଲହନ’ଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଏହି ମାମଲା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ରାଜସ୍ଥାନ ପୋଲିସ ଲୁଟେରୀ ଦୁଲହନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ସୀମା ଏବଂ ନିକ୍କି ଉତ୍ତରାଖଣ୍ଡରେ ରହୁଥିବା ବେଳେ ବିଭିନ୍ନ ରାଜ୍ୟରେ ବଡ଼ଲୋକ ପୁଅମାନଙ୍କୁ ବିବାହ କରି ଲୁଟ୍ କରନ୍ତି । ବର୍ତ୍ତମାନ ସୁଦ୍ଧା ସେମାନେ ପ୍ରାୟ ୧ କୋଟି ଟଙ୍କା ଲୁଟ କରି ସାରିଥିବା କୁହାଯାଉଛି । ଏହି ଲୁଟେରା ଦୁଲହନ୍ ୨୦୨୩ ଫେବୃଆରୀରେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । କିନ୍ତୁ ବାହାଘରର ମାତ୍ର ୫ ମାସ ପରେ ଘରୁ ୩୬ ଲକ୍ଷ ଟଙ୍କା ସହିତ ସୁନାଗହଣା ନେଇ ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି । ଏହାପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା । ଯାଞ୍ଚରୁ ଜା ପଡ଼ଇଥିଲା ଯେ, ଉଭୟ ଲୁଟେରା ମାଟ୍ରିମୋନିଆଲ ସାଇଟରୁ ଲୋକମାନଙ୍କୁ ନିଜ ଶିକାର ବନାଉଥିଲେ ।
ବିଶେଷ କରି ଛାଡ଼ପତ୍ର ଏବଂ ପତ୍ନୀଙ୍କ ଦେହାନ୍ତ ହୋଇ ଯାଇଥିବା କୋଟିପତି ଲୋକଙ୍କୁ ନିଜର ଶିକାର ଭାବରେ ବାଛୁଥିଲେ । ଏହାପୂର୍ବରୁ ୨୦୧୩ରେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ ଏହି ଲୁଟେର।। ଦୁଲହନ୍ । କିଛି ଦିନ ପରେ ପରିବାର ଉପରେ ଏକ ମାମଲା ରୁଜୁ କରି ରାଜିନାମା ବାବଦକୁ ୭୫ ଲକ୍ଷ ଟଙ୍କା ବସୁଲି କରିଥିଲେ ଲୁଟେରା ଦୁଲହନ୍ । ଏହାପରେ ୨୦୧୭ରେ ଗୁରୁଗ୍ରାମରେ ଜଣେ ସଫ୍ଟଓୟାର ଇଞ୍ଜିନିୟରଙ୍କ ସହ ମଧ୍ୟ ବିବାହ କରିଥିଲେ । ଏଠାରେ ମଧ୍ୟ ସମାନ ଭଳି ସେଯଲମେଣ୍ଟ ବାଦାରେ ୧୦ ଲକ୍ଷ ଟଙ୍କା ହାଦଲ କରିବାରେ ସେ ସଫଳ ହୋଇଥିଲେ ।