WhatsApp ୟୁଜରଙ୍କୁ ଶକ୍ତ ଝଟକା! ଜାନୁୟାରୀ ପହିଲାରୁ ଏହି ସ୍ମାର୍ଟଫୋନରେ ବନ୍ଦ ହେବ ଆପ୍

ନୂଆଦିଲ୍ଲୀ: ଦୁନିଆରେ ବର୍ତ୍ତମାନ ସବୁଠାରୁ ଲୋପପ୍ରିୟ ମେସେଜିଙ୍ଗ ଆପ୍ ପାଲଟିଛି ହ୍ୱାଟ୍ସଆପ୍ । ପ୍ରତ୍ୟେକ ସ୍ମାର୍ଟଫୋନ୍ ୟୁଜରଙ୍କ ମୋବାଇଲରେ ଏହି ଆପ୍ ଉପଲବ୍ଧ ରହିଛି । କିନ୍ତୁ ଏବେ ହ୍ୱାଟସଆପ୍ କମ୍ପାନୀ ଏକ ବଡ଼ ନିଷ୍ପତ୍ତି ନେଇଛି । କମ୍ପାନୀର ଏହି ନିଷ୍ପତ୍ତି ଅନେକ ଆଣ୍ଡ୍ରଏଡ ୟୁଜରଙ୍କୁ ଏକ ଶକ୍ତ ଝଟକା ଦେଇପାରେ । ଜାନୁୟାରୀ ପହିଲାରୁ WhatsAppରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଫଳରେ ଅନେକଲୋକ ନିଜ ସ୍ମାର୍ଟଫୋନରେ ଏହି ଆପ୍ ଡାଉନଲୋଡ କରିପାରିବେ ନାହିଁ ।

ଜାନୁୟାରୀ ୧ ତାରିଖରୁ କିଛି ଆଣ୍ଡ୍ରଏଡ ମୋବାଇଲରେ ସପୋର୍ଟ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛି ହ୍ୱାଟ୍ସଆପ୍ । ତେବେ ସମସ୍ତ ଆଣ୍ଡ୍ରଏଡ ମୋବାଇଲ ପାଇଁ ହ୍ୱାଟ୍ସଆପ୍ ସେବା ବନ୍ଦ କରାଯିବ ନାହିଁ । କିଛି ଆଣ୍ଡ୍ରଏଡ ମୋବାଇଲରେ ସପୋର୍ଟ ସିଷ୍ଟମ ବନ୍ଦ କରିବା ପାଇଁ କମ୍ପାନୀ ତରଫରୁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ଏହି ୟୁଜରମାନେ ଆଗକୁ ନିଜ ମୋବାଇଲରେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ । କମ୍ପାନୀର ନିଷ୍ପତ୍ତି ଅନୁସାରେ, ନୂଆବର୍ଷରୁ ଆଣ୍ଡ୍ରଏଡ KitKat ଏବଂ ତା’ଠାରୁ ପୁରୁଣା ଭର୍ସନ ଥିବା ମୋବାଇଲରେ ଏହି ଆପ୍ କାମ କରିବ ନାହିଁ । ଯଦି ଆପଣଙ୍କ ମୋବାଇଲ ମଧ୍ୟ ଏହିସବୁ ଆଣ୍ଡ୍ରଏଡ ଭର୍ସନରେ କାମ କରୁଛି, ତେବେ ନୂଆବର୍ଷ ପରେ ଆପଣ ମଧ୍ୟ ହ୍ୱାଟ୍ସଆପ୍ ବ୍ୟବହାର କରିବାରୁ ବଞ୍ଚିତ ହୋଇପାରନ୍ତି ।

ତେବେ ନିଜ ଫୋନରେ ହ୍ୱାଟ୍ସଆପ୍ ବ୍ୟବହାର କରିବା ପାଇଁ ଫୋନ୍ ବା ଆଣ୍ଡ୍ରଏଡ ଭର୍ସନକୁ ଅପଗ୍ରେଡ କରିବାକୁ ହେବ । ହ୍ୱାଟସଆପରେ ଆସୁଥିବା ବିଭିନ୍ନ ଫିଚର ସହ ଏହି ସ୍ମାର୍ଟପୋନ୍ ଗୁଡ଼ିକର ହାର୍ଡଓୟାର କମ୍ପାଟିବଲ ହୋଇପାରି ନାହିଁ । ତେଣୁ ହ୍ୱାଟ୍ସଆପ୍ କମ୍ପାନୀ ଏହି ଆଣ୍ଡ୍ରଏଡ ଭର୍ସନକୁ ତାଲିକାରୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛି । କମ୍ପାନୀର ଏହି ବଡ଼ ନିଷ୍ପତ୍ତି ପରେ ନୂଆବର୍ଷରୁ Motorola Moto G, Samsung Galaxy S3, Samsung Galaxy Note 2, Sony Xperia Z, LG Optimus G, Sony Xperia Z ଏବଂ  HTC One X ଇତ୍ୟାଦି ମୋବାଇଲରେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ୟୁଜର ।