ନୂଆ ବର୍ଷ ପୂର୍ବରୁ ଝଟକା ଦେଲେ ମସ୍କ! ବଢିଲା Premium ମୂଲ୍ୟ, ଦେବାକୁ ହେବେ ଏତିକି ଟଙ୍କା

ନୂଆଦିଲ୍ଲୀ: ପୁଣି ୟୁଜର୍ସଙ୍କୁ ଜୋରଦାର ଝଟକା ଦେଲେ ଏଲନ ମସ୍କ । ପୁଣି ବଢିଲା ପ୍ରିମୟମ ଦାମ୍ । 35 ପ୍ରତିଶତ ଦାମ୍ ବଢାଇବା ନେଇ ଘୋଷଣା କଲା କମ୍ପାନୀ  । ଏହା ଡିସେମ୍ବର 21 ତାରିଖରୁ ଲାଗୁ କରାଇବା ପାଇଁ କୁହାଯାଇଛି । କିନ୍ତୁ ଯେଉଁମାନେ ଆଗରୁ ପ୍ଲାନ ନେଇସାରିଛନ୍ତି ସେମାନଙ୍କ ବିଲ୍ ଆସିବା ପରେ ନୂଆ ଦର ଲାଗୁ କରାଯିବ । X Premium+ ୟୁଜର୍ସଙ୍କୁ ବର୍ତ୍ତମାନ ପ୍ରତି ମାସରେ 1750 ଟଙ୍କା ଦେବାକୁ ହେବ । ପୂର୍ବରୁ 1300 ଟଙ୍କା ଦେବାକୁ ପଡୁଥିବା ବେଳେ ବର୍ତ୍ତମାନ ଆଉ 450 ଟଙ୍କା ଦେବାକୁ ହେବ । ଅନ୍ୟପଟେ ବାର୍ଷିକ ପ୍ରିମିୟମ ପ୍ଲାନର ମୂଲ୍ୟ ବୃଦ୍ଧି ହୋଇ 18 ହଜାର 300 ଟଙ୍କା ଦେବାକୁ ହେବ । ପୂର୍ବରୁ ତାହା 13 ହଜାର ଟଙ୍କା ରହିଥିଲା ।

ତେବେ କେଉଁ କାରଣ ପାଇଁ ପ୍ଲାନର ମୂଲ୍ୟ ବୃଦ୍ଧି କରାଯାଇଛି ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି ମସ୍କ । ପ୍ରଥମ କାରଣ ହେଉଛି ବର୍ତ୍ତମାନ ଏହି ପ୍ଲାଟଫର୍ମରେ କୌଣସି ବିଜ୍ଞାପନ ଦେଖାଯିବ ନାହିଁ । ଦ୍ୱିତୀୟ କାରଣ ହେଉଛି ବିଷୟବସ୍ତୁ ସୃଷ୍ଟି କରୁଥିବା ଲୋକମାନେ ଅଧିକ ଅର୍ଥ ଏବଂ ସମର୍ଥନ ପାଇବେ । ତୃତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହି ପ୍ଲାଟଫର୍ମରେ ନୂତନ ଫିଚର ଯୋଡାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯଏ, ପ୍ରିମିୟମ୍ + ଗ୍ରାହକମାନେ ଅନେକ ସୁବିଧା ପାଇବେ । ସେମାନେ ପ୍ରିମିୟମ୍ ଠାରୁ ତତକ୍ଷଣାତ୍ ସମର୍ଥନ ପାଇବେ, ରାଡାର ପରି ନୂତନ ଫିଚର ପାଇବା ସହିତ AI ମଡେଲଗୁଡିକରୁ ଅଧିକ ବ୍ୟବହାର ପାଇବେ । ଏହି ପ୍ଲାନର ଦାମ୍ ବୃଦ୍ଧି କରିବା ଦ୍ବାରା ନୂଆ ଫିଚର ପାଇବାର ସୁବିଧା ମିଳିବ ।କମ୍ପାନୀ ଆହୁରି କହିଛି, ଯେତେବେଳେ ୟୁଜର୍ସ ଏକ ସବସ୍କ୍ରିପସନ୍ ନିଏ, ସେହି ଟଙ୍କା ସିଧାସଳଖ କ୍ରିଏଟରଙ୍କୁ ଲାଭ ଦିଏ । ଆମେ ଟଙ୍କା ବଣ୍ଟନ କରିବାର ପଦ୍ଧତି ବଦଳାଇଛୁ । ଏହା ୟୁଜର୍ସଙ୍କ ସୁବିଧା ପାଇଁ କରାଯାଇଛି ।