ମହାକାଶରେ ହେବ ଝୁଡଙ୍ଗ ଚାଷ, ମଞ୍ଜି ବୁଣି ଗଜା ଉପରେ ଗବେଷଣା କରିବ ଇସ୍ରୋ

ନୂଆଦିଲ୍ଲୀ- ବୈଜ୍ଞାନିକଙ୍କ ବଡ ସଫଳତା । ମହାକାଶରେ ହେବ ପରିବା ଚାଷ । ପାଇଲଟ ପ୍ରୋଜେକ୍ଟରେ ନିଆଯାଇଛି ଝୁଡଙ୍ଗକୁ । ଏହି ଅସମ୍ଭବ କାମ କରିବା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଉତ୍କ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନ ସହ ଜଡିତ ଏହି ମଞ୍ଜିକୁ ଗଜା କରିବା କାମ । ଏହି ଅଭିଯାନରେ ଅନେକ ନୂଆ କରିବାକୁ ଯାଉଛି ଇସ୍ରୋ ।

ବହୁ ପରୀକ୍ଷଣ ପରେ ପ୍ରଥମ ଥର ପାଇଁ ଇସ୍ରୋ ଏହାକୁ କରିବାକୁ ଯାଉଛି । ମିଶନରେ ପିଏସଏଲଭି-ସି୬୦ ରକେଟର ଚତୁର୍ଥଷ୍ଟେଜରେ ୨୪ଟି ଯନ୍ତରକୁ ମହାକାଶକୁ ପଠାଯିବ । ଏହା ପିଏସ୪ ଅର୍ବିଟାଲ ଏକ୍ସପେରିମେଣ୍ଟ ମଡ୍ୟୁଲ ବା ପିଏମ-୪ ଭାବେ ପରିଚିତ । ଏହି ମିଶନରେ ତିଆରି ୨୪ ପେଲୋଡରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ ୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ ଦ୍ୱାରା ତିଆରି ହୋଇଛି । ଏଥି ମଧ୍ୟରେ ଦୁଇଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତାହା ହେଲା କ୍ରପ୍ ଏବଂ ଜଠ ସାଟ୍-୧। କ୍ରପ୍ ପେଲୋଡ୍‌ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ।

ସେଠି ମଞ୍ଜି ୫ ରୁ ୭ ଦିନ ଭିତରେ ଏହାକୁ ଗଜା ହେବ । ସେଥି ଗଜାରେ ଦୁଇଟି ପତ୍ର ବାହାରିବ ଓ ତା ଉପରେ ପରୀକ୍ଷଣ କରାଯିବ । କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆଦ୍ରତା, ତାପମାତ୍ରା ଆଦି ମପାଯିବ। ସେହିପରି ଜଠ ସାଟ୍-୧ ପେଲୋଡଡ୍‌ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ। ମହାକାଶରେ ସେଗୁଡ଼ିକ କିପରି ବଂଶବୃଦ୍ଧି କରୁଛି ତାର ଅନୁଧ୍ୟାନ କରାଯିବ। ଏଥିସହ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟ୍ ମଧ୍ୟ ପରୀକ୍ଷଣ କରାଯିବ ପଏମ୍ ଏକ୍ସପେରିମେଣ୍ଟରେ। ଆଗାମୀ ଦିନରେ ହେବାକୁ ଥିବା ମାନବ ମିଶନରେ ଏହିସବୁ ତଥ୍ୟ ଖୁବ୍ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା ରଖାଯାଇଛି।