ରାୟପୁର- ଛତିଶଗଡ ପୋଲିସକୁ ବଡ ସଫଳତା । ବରିଷ୍ଠ ମାଓ ନେତା ପ୍ରଭାକର ଗିରଫ । କାଙ୍କେରରୁ ପ୍ରଭାକରକୁ ଗିରଫ କରିଛି ପୋଲିସ । ପ୍ରଭାକର ଓରଫ ବାଲମୁରୀ ମୁଣ୍ଡରେ ଥିଲା ୨୫ ଲକ୍ଷର ପୁରସ୍କାର ରାଶି । ୪୦ ବର୍ଷ ଧରି ପ୍ରଭାକର ମାଓ ସଂଗଠନ ସହ ଜଡିତ ରହିଆସୁଛି । ସେ ମାଓ ସଂଗଠନକୁ ଲଜିଷ୍ଟିକ୍ ସପ୍ଲାଇ କରିବା ସହ ଏମଓପିଓଏଏସ ଟିମରେ ଦାୟିତ୍ୱ ନେଉଥିଲା ।
କାଙ୍କେର ପୋଲିସ ପ୍ରେସ ମିଟ ଜାରି କରି ପ୍ରଭାକରର ଗିରଫଦାରୀ ନେଇ ସୂଚନା ଦେଇଛି । ପ୍ରବାକର ସିସିଏମ ସଚିବ ଗଣପତିର ଦାଦାପୁଅ ଭାଇ । ସିସିଏମ ସଚିବ ବସବା ରାଜୁ, ରାମଚନ୍ଦ୍ର ରେଡ୍ଡୀ ଓରଫ ରାଜୁ, ଦେବଜୀ ଓରଫ କୁମା ଦାଦା, କୋସା, ସୋନୁ, ମଲ୍ଲାରାଜା ରେଡ୍ଡି ଓରଫ ସଂଗ୍ରାମ ସହ ପ୍ରଭାକରର ଘନିଷ୍ଠତା ରହିଥିଲା । ପ୍ରଭାକରର ପତ୍ନୀ ଡିଭିସି ସଦସ୍ୟ ହୋଇଥିବା ବେଳେ ସେ ରାବଘାଟ ଏରିୟା କମିଟିର ପ୍ରଭାରୀ ।
ବିଗତ କିଛି ଦିନ ହେବ ପ୍ରଭାକରର ଗତିବିଧି କାଙ୍କେର ଅଞ୍ଚଳରେ ରହିଥିଲା । ପ୍ରଭାକରକୁ ଗିରଫ କରିବାକୁ ସୁରକ୍ଷା ବଳ ଜାଲ ବିଛାଇ ଥିଲା । ଶେଷରେ ଗତ ୨୨ ତାରିଖରେ ତାକୁ କାଙ୍କେରର ଅନ୍ତାଗଡ ଅଞ୍ଚଳରୁ ଗିରଫ କରାଯାଇଥିଲା । ପ୍ରଭାକରର ଜେରା ରାଜି ରହିଛି । ପ୍ରଭାକର ୧୯୮୪ରେ ମାଓ ସଂଗଠନ ସହ ଜଡିତ ହୋଇଥିଲା ।
ସେପଟେ ଛତିଶଗଡର ଉଡିଲା ମାଓବାଦୀ ସହିଦ ସ୍ତମ୍ଭ । ବିଜାପୁରରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଧ୍ୱଂସ କଲା ସହିଦ । ଏହି ସ୍ତମ୍ଭର ଉଚ୍ଚତା ଥିଲା ଶହେ ଫୁଟର । ଏହାକୁ ମାଓ ନେତା ଆରକେଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଓ ସଂଗଠନ ତିଆରି କରିଥିଲା । କମ୍ବିଂ ବେଳେ ଏହି ସ୍ତମ୍ଭକୁ ନଷ୍ଟ କରିଛି ସିଆରପିଏଫ ଓ ଡିଆଇଜି ଯବାନ ।