ବର୍ଷର ପ୍ରଥମ ଦିନରେ ଏକ ସାଧାରଣ ଜିନିଷ ବାନ୍ଧିଲେ, ଦୂର ହେବ ଆର୍ଥିକ ଅନଟନ

ଓଡିଶା ଭାସ୍କର- ଆଉ ହାତରେ ଗୋଟିଏ ଦିନ । ଆସିବ ନୂଆ ବର୍ଷ । ନୂଆ ବର୍ଷରେ ଘରକୁ ଲକ୍ଷ୍ମୀଙ୍କ ଆଗମନ ଜୀବନରେ ଭରିଦେବ ସୁଖ ଓ ସମୃଦ୍ଧି । ଏଥିପାଇଁ ଏକ ସାଧାରଣ କଥାକୁ ଆପଣାନ୍ତୁ । ଦେଖିବେ ସବୁ ଅଭାବ ଦୂର ହୋଇଯିବ ଓ ନୂଆ ବର୍ଷ ଆପଣଙ୍କ ଜୀବନକୁ ସବୁ କ୍ଷେତ୍ରରେ ବିକାଶ ପଥରେ ଆଗେଇ ନେବ । ତେବେ କଣ କରିବାକୁ ଏଥିପାଇଁ, ଆସନ୍ତୁ ଜାଣିବା ।

୨୦୨୫ର ପ୍ରଥମ ଦିନ ବୁଧବାର ପଡୁଛି । ଏହି ଦିନଟି ଭଗବାନ ଗଣେଶଙ୍କ ଦିନ । ଜ୍ୟୋତିଷଙ୍କ କହିବା ମୁତାବକ, ବର୍ଷର ପ୍ରଥମ ଦିନରେ ଏହି କାମ କରିବା ଦ୍ୱାରା ଘରକୁ ମହାଲକ୍ଷ୍ମୀଙ୍କ ଆଗମନ ହେବା ଥୟ । ଏଥିପାଇଁ ମଧ୍ୟ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ । ଆପଣଙ୍କ ଘରେ ଏହି ଜିନିଷଟି ଥିବ ।

ସବୁ ହିନ୍ଦୁ ଘରେ ତୁଳସୀ ଏକ ସାଧାରଣ ତଥା ମହତ୍ୱପୂର୍ଣ୍ଣ ଅଙ୍ଗ । ତୁଳସୀର ରହିଛି ଅନେକ ମହାତ୍ମ୍ୟ । ତୁଳସୀ ଦାରିଦ୍ର୍ୟ ଦୂର କରି ବ୍ୟକ୍ତିଙ୍କୁ ଧନଧାନ୍ୟରେ କୁବେର କରିପାରନ୍ତି । ବାସ୍ତୁ ମୁତାବକ, ତୁଳସୀର ମୂଳ ଘରର କବାଟରେ ବାନ୍ଧିବା ଦ୍ୱାରା ଦାରିଦ୍ର୍ୟ ନାଶ ହୋଇଥାଏ । ଏହା ଘର ସଦସ୍ୟଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିଥାଏ ।

ମହାଲକ୍ଷ୍ମୀଙ୍କ ଅନ୍ୟନାମ ଚଞ୍ଚଳା । ସେ କୌଣସି ଗୋଟିଏ ସ୍ଥାନରେ ସ୍ଥାନରେ ରହି ପାନ୍ତି ନାହିଁ । କିନ୍ତୁ ତୁଳସୀର ଚେର ତାଙ୍କୁ ସେହି ଘରେ ଅଟକାଇବାରେ ସମର୍ଥ ହୋଇଥାଏ । ତେଣୁ ତୁଳସୀର ଚେରକୁ ସଂଗ୍ରହ କରି ତାହାକୁ କିଛି ଅରୁଆ ଚାଉଳ ସହ ନାଲି କପଡାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ । ଯଦି ଚାହଁନ୍ତି ମହାଲକ୍ଷ୍ମୀଙ୍କ ପାଦର ଚିତ୍ର ମଧ୍ୟ କବାଟରେ ଲଗାଇ ପାରିବେ । ଏହା ମଙ୍ଗଳର ପ୍ରତୀକ ।