ଥିରୁଭାନନ୍ତପୁରମ: କେରଳର କନ୍ନୁର ଜିଲ୍ଲାରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣମାନେ ବିଶ୍ୱାସ କରିପାରିବେ ନାହିଁ । ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ୍ ତଳେ ଶୋଇଥିଲେ । ଟ୍ରେନ୍ ତାଙ୍କ ଉପର ଦେଇ ଯାଇଥିବାବେଳେ ବ୍ୟକ୍ତିଜଣକ ସେମିତି ରେଳ ଧାରଣାରେ ଶୋଇ ରାହିଥିଲେ । ଟ୍ରେନଟି ଚାଲିଯିବା ପରେ ବ୍ୟକ୍ତିଜଣକ ରେଳଧାରଣାରୁ ଉଠି ଚାଲିଚାଲି ଯାଇଥିଲେ । ତାଙ୍କ ଉପର ଦେଇ ରେଳଗାଡ଼ି ଯିବା ଦ୍ୱାରା ବ୍ୟକ୍ତିଙ୍କଚ କୌଣସି ପ୍ରକାର ଆଘାତ ଲାଗି ନ ଥିବା ଦେଖିବାକୁ ମିଳିଛି ।
#Kerala: A middle-aged man from Chirakkal narrowly survived after a train passed over him in Pannenpara, Kannur, while he was walking along the tracks. Eyewitnesses reported that he lay down on the tracks just before the train approached, emerging unscathed. pic.twitter.com/ZPApakxHRp
— Informed Alerts (@InformedAlerts) December 24, 2024
ସୋମବାର ଦିନ ସନ୍ଧ୍ୟା ୫ଟାବେଳର ଘଟଣା । ଏ ଘଟଣା ଚିରକ୍କଲ ରେଳ ଷ୍ଟେଶନ ଭିତରେ ଘଟିଛି । ଘଟଣା ସମୟରେ ମାଙ୍ଗାଲୁର-ତିରୁଭାନନ୍ତପୁରମ ଟ୍ରେନ୍ ରେଳଧାରଣାରେ ଯାଉଥିଲା । ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେବା ପରେ ରେଳବିଭାଗ ପକ୍ଷରୁ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିିଙ୍କ ପରିଚୟ ପାଇଛି ପୋଲିସ । ସେ ହେଲେ ୫୬ ବର୍ଷୀୟ ପବିତ୍ରନ । ରେଳବାଇ ପୋଲିସ ତାଙ୍କ ବୟାନ ମଧ୍ୟ ରେକର୍ଡ କାରିଛି । ପବିତ୍ରନଙ୍କ ବୟାନ ଅନୁସାରେ, ସେ ଫୋନରେ କଥା ହୋଇ ରେଳ ଧାରଣାରେ ଆସୁଥିଲେ । ହଠାତ୍ ଟ୍ରେନ୍ ତାଙ୍କ ଆଡକୁ ମାଡ଼ିଆସୁଥିବା ଦେଖିବା ପାରେ କୌଶଳ ଖଟେଇ ସେ ରେଳଧାରଣାରେ ଶୋଇପଡ଼ିଥିଲେ । ଟ୍ରେନ୍ଟି ସମ୍ପୂର୍ଣ୍ଣ ଭାବେ ଚାଲିଯିବା ପରେ ସେ ରେଳଧାରଣାରୁ ଉଠି ପଳାଇଥିବା କହିଛନ୍ତି । ପବିତ୍ରନଙ୍କ ଜୀବନ ତାଙ୍କ ଛୋଟ ଉଚ୍ଚତା ଏବଂ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଯାଇଥିବା ରେଳ ବିଭାଗ କହିଛି ।