ଭୁବନେଶ୍ୱର: ସକାଳୁ ସକାଳୁ ଟ୍ୱିନସିଟିରେ ହାଲୁକା ଧରଣର ବର୍ଷା ହୋଇଛି । ଝିପିଝିପି ବର୍ଷା କାରଣରୁ ସାଧାରଣ ଲୋକଙ୍କ ଗମନାଗମନ ବାଧାପ୍ରାପ୍ତ ହୋଇଛି । କୋହଲା ପାଗ ସାଙ୍ଗକୁ ବର୍ଷା ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢ଼େଇ ଦେଇଛି । ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହୋଇଛି । ଆଜି ରାଜ୍ୟର ୮ ଜିଲ୍ଲା ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅଶଙ୍କା କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୭ ତାରିଖରେ ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ବିଭିନ୍ନ ଜିଲାରେ ଦିନେରୁ ଦୁଇଦିନ ବର୍ଷା ହେବା ପରେ ତାପମାତ୍ରା ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବର୍ଷା ସରିବା ପରେ ଥରିବ ସାରା ଓଡ଼ିଶା । ବର୍ଷା ଚାଷୀକୁଳକୁ ହଇରାଣ କରିଛି । ଧାନ ଫସଲ ନଷ୍ଟ ହେବ ସହ ଏ ବର୍ଷ ରବିଫସଲ ପୁରା ବନ୍ଦ।