Breaking : ଜଳୁଛି ବ୍ୟାଙ୍କ…. ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ କରି ଲକରରେ ନିଆଁ ଲଗେଇଦେଇଛନ୍ତି ଦୁର୍ଦୃତ୍ତ

ସୋର: ଲୁଟ୍ ପରେ ବ୍ୟାଙ୍କରେ ନିଆଁ ଲଗେଇଦେଲେ ଦୁର୍ବୃତ୍ତ । ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଏହି ଲୁଟ୍ ହୋଇଥିବା ସୂଚନା । ବିଳମ୍ବିତ ରାତିରେ ବ୍ୟାଙ୍କରେ ପଶି ଦୁର୍ବୃତ୍ତ ଲୁଟ୍ କରିଥିଲେ । ଏହାପରେ ବ୍ୟାଙ୍କ ଲକରରେ ନିଆଁ ଏଗେଇଦେଇଥିବା ଜଣାପଡ଼ିଛି । ବ୍ୟାଙ୍କ ଭିତରୁ ପ୍ରବଳମାତ୍ରାରେ ଧୂଆଁ ବାହାରୁଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି ।