Travelopedia 2024: ଭକ୍ତଙ୍କର ପ୍ରଥମ ପସନ୍ଦର ସ୍ଥାନ ଅଧିକାର କଲା ପୁରୀ, ଶ୍ରେଷ୍ଠ ଧାର୍ମିକ ସ୍ଥଳ ଜଗନ୍ନାଥ ଧାମ

ନୂଆଦିଲ୍ଲୀ: ସାରା ବିଶ୍ବବାସୀଙ୍କ ବିଶ୍ବାସ ହେଉଛନ୍ତି ଶ୍ରୀଜଗନ୍ନାଥ ।  ତାଙ୍କ ମହିମା ଶ୍ରଦ୍ଧାଳୁଙ୍କୁ ପୁରୀକୁ ଟାଣି ଆଣିଥାଏ । ଏହା ଟ୍ରାଭେଲୋପିଡିଆ ରିପୋର୍ଟରେ ସ୍ପଷ୍ଟ ହୋଇଛି । 2024 ମସିହାରେ ଚକାନୟନର ଦର୍ଶନ କରିବା ପାଇଁ ଅନେକ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି । ଦେଶର ଶ୍ରେଷ୍ଠ ଧାର୍ମିକ ସ୍ଥଳ ଭାବେ ଉଭା ହୋଇଛି ପୁରୀ । ତେବେ କେବଳ ଜଗନ୍ନାଥ ଧାମ ନୁହେଁ ବରଂ ଏହା ତାଲିକାରେ ବାରଣାସୀ, ହରିଦ୍ବାର ମଧ୍ୟ ରହିଛି । ତେବେ  2023 ମସିହାରେ ମଧ୍ୟ ପୁରୀ ଅନନ୍ୟ ସ୍ଥାନ ଅଧିକାର କରିଥିଲା । ଧାର୍ମିକ ସ୍ଥଳ ବୁକିଂରେ 2023 ମସିହାରେ ପୁରୀ ପ୍ରଥମ ସ୍ଥାନ ଅଧିକାର କରୁଥିଲା । କିନ୍ତୁ ଚଳିତ ବର୍ଷ ଏହି ସ୍ଥାନରେ ରହିଛି ହାଇଦ୍ରାବାଦ । ଏହା ପଛକୁ ରହିଛି ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତା ।

ରିପୋର୍ଟରେ ଦର୍ଶାଯାଇଛି, ପୁରୀ, ହରିଦ୍ବାର ଏବଂ ବାରଣାସୀରେ ବହୁ ସଂଖ୍ୟକ ଦର୍ଶକ ପରିଦର୍ଶନ କରିଥିଲେ । ତେବେ  ଆଜି ମଧ୍ୟ ବିଶ୍ବବାସୀଙ୍କର ଆସ୍ଥା ରହିଥିବା ଜଣାପଡିଛି  । ତେବେ ରାଜ୍ୟଗୁଡିକ ମଧ୍ୟରେ ଉତ୍ତରପ୍ରଦେଶରେ ଅଧିକ ବୁକିଂ ହୋଇଛି । ଅନେକ ସଂଖ୍ୟାରେ ଯାତ୍ରୀ ଏଠାକାର ହୋଟେଲ ବୁକିଂ କରିଥିବା ଜଣାପଡିଛି । ଚିତ୍ତୋବିନୋଦନରେ ସବୁଠାରୁ ଆଗରେ ରହିଛି ଜୟପୁର । ଏହା ପଛକୁ ରହିଛି ଗୋଆ ଏବଂ ପୁଡୁଚେରୀ । ମୁମ୍ବାଇରେ ବୁକିଂ ଆଗରେ ରହିଥିବା ବେଳେ ଚଳିତ ବର୍ଷ ଏଠାରେ ବୁକିଂ ହ୍ରାସ ପାଇଛି ।