ନୂଆଦିଲ୍ଲୀ: ୭୦୦ ଫୁଟର ଏକ ବୋରୱେଲ ଭିତରେ ଖସି ପଡ଼ିଛି ସୁନା ଝିଅ ଚେତନା । ପାତାଳରୁ ବାହାରି ବାପା-ମା’ଙ୍କୁ ଦେଖିବା ପାଇଁ ଛଟପଟ ହେଉଛି ଛୋଟିଆ ମନ । ଅନ୍ଧାର ସୁଡ଼ଙ୍ଗରେ ଫସି ରହି ସୂର୍ୟ୍ୟାଲୋକକୁ ଅପେକ୍ଷା କରିଛି ଚେତନା । ମୃତ୍ୟୁର ଭୟ ଆଉ ମା’ର ପଣତକାନି ମଝିରେ ଅଟକି ରହିଯାଇଛି ସୁନାଝିଅ । ଖାଇବା ପିଇବା ଛାଡ଼ି ୨ ଦିନରୁ ଉଦ୍ଧାର ପାଇବା ପାଇଁ ଅପେକ୍ଷା କରି ରହିଛି । ତେବେ ଏନଡିଆରଏଫ ତରଫରୁ ପିଲାଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି । କିନ୍ତୁ ଏବେ ପର୍ୟ୍ୟନ୍ତ ଖାଲିହାତ ରହିଛି ଉଦ୍ଧାରକରୀ ଦଳ । କାରଣ ଆର୍ୟ୍ୟନ ମାମଲାରେ କରିଥିବା ଭୁଲକୁ ପୁଣିଥରେ ଦୋହରାଉଛି NDRF।
ରାଜସ୍ଥାନର କୋଟପୁତଲୀ ଅଞ୍ଚଳରେ ସୁନା ଝିଅ ଚେତନା ୧୫୦ ଫୁଟ ତଳେ ଏକ ବୋରୱେଲରେ ଫସି ହୋଇ ରହିଯାଇଛି । ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ଚେତନାକୁ ବୋରୱେଲକୁ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ପ୍ରଥମେ ଏକ ହୁକ୍ ସାହାଯ୍ୟରେ ଚେତନାକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା । ତେବେ ଏହି ପ୍ରଚେଷ୍ଟା ଫେଲ ହେବା ପରେ ବର୍ତ୍ତମାନ ପାରାଲାଲ ଡିଗିଙ୍ଗ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ । କିନ୍ତୁ ଏଥିପାଇଁ ହରିୟାଣାରୁ ମେସିନ୍ ମଗା ଯାଇଥିବା ବେଳେ ସେ ପର୍ୟ୍ୟନ୍ତ ରେସ୍କ୍ୟୁ ଅପରେସନକୁ ସ୍ଥଗିତ ରଖାଯାଇଥିଲା । ସେପଟେ ବୋରୱେଲରେ ଝିଅକୁ ଦେଖି ଚିନ୍ତାରେ ରହିଛନ୍ତି ପ୍ରିୟ ପରିଜନ ।
ସୋମବାର ଅପରାହ୍ନରେ ଚେତନା ଖେଳୁଥିବା ବେଳେ ୭୦୦ ଫୁଟ ଗଭୀର ଏକ ବୋରୱେଲରେ ଖସ ପଡ଼ିଥିଲା । ତେବେ ପ୍ରାୟ ୧୫୦ ଫୁଟ ତଳକୁ ଖସି ଅଟକି ଯାଇଛି ସୁନା ଝିଅ ଚେତନା । ଏହାପରେ ପିଲାଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ପ୍ରଥମେ ଚେତନା ପାଇଁ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ପରେ ଏହି କ୍ୟାମେରା ଜରିଆରେ ବୋରୱେଲ ମଧ୍ୟରୁ ନଜର ରଖିଛି ଉଦ୍ଧାରକାରୀ ଦଳ । ତେବେ ମଙ୍ଗଳବାର ୧୨୦ ଫୁଟକୁ ଆସିଥିଲା, ଯାହା ଏକ ସମସ୍ୟା ଆରମ୍ଭ ହୋଇଥିଲା । ତେଣୁ ବୋରୱେଲ ନିକଟରେ ସମାନ୍ତର ଗଭୀର ଆଉ ଏକ ଗାତ ଖେଳାଯାଉଛି ।