ବର୍ଷାରେ ଫସଲ କ୍ଷତି ଆଶଙ୍କା ଥିଲେ ପୋର୍ଟାଲରେ ଜଣାନ୍ତୁ, ଅଥବା ଏହି ହେଲ୍ପଲାଇନ ନମ୍ବରକୁ ଫୋନ କରନ୍ତୁ

ଫସଲ କ୍ଷତି ପାଇଁ ସରକାର ଜାରି କଲେ ହେଲ୍ପଲାଇନ ନମ୍ବର, ଜଣାନ୍ତୁ ନିଜର ଅସୁବିଧା, ପାଆନ୍ତୁ କ୍ଷତିପୂରଣ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି । ଝିପଝିପ ବର୍ଷା ସାଙ୍ଗକୁ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେବେ ଏହି ବର୍ଷା ପାଇଁ ଅନେକଙ୍କ ଧାନ ବିଲରେ ପାଣି ପଶି ଫସଲ ନଷ୍ଟ ହୋଇଛି । ଏ ନେଇ ଚାଷୀ ଚିନ୍ତାରେ ଅଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ବର୍ତ୍ତମାନ ହେଲ୍ପଲାଇନ ଜାରି ହୋଇଛି ।

ବର୍ଷାରେ ଫସଲ କ୍ଷତିର ଆଶଙ୍କା ଥିଲେ ପୋର୍ଟାଲରେ ଜଣାନ୍ତୁ । ‘କୃଷି ରକ୍ଷକ’ ପୋର୍ଟାଲ କିମ୍ବା ହେଲ୍ପଲାଇନରେ ଜଣାନ୍ତୁ । ହେଲ୍ପଲାଇନ ନମ୍ବର ହେଉଛି ୧୪୪୪୭ରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି । ବୀମା ସହାୟତା ପାଇଁ କ୍ଷତିର ୭୨ ଘଣ୍ଟା ମଧ୍ୟରେ ଜଣାଇବେ ବୋଲି କୁହାଯାଇଛି । ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଜାରି କରିଛନ୍ତି ।