ରାଜ୍ୟର ୩୦ ଜିଲ୍ଲା ପାଇଁ ‘ପ୍ରଭାରୀ ମନ୍ତ୍ରୀ’, ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ। ଏହି ପ୍ରଭାରୀ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ୧୩ ଜଣ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ୱ। କଟକ ଓ ଜଗତସିଂହପୁର ଦାୟିତ୍ୱରେ ରହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ବାଲେଶ୍ୱର, ଭଦ୍ରକ ଦାୟିତ୍ୱରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁନ୍ଦରଗଡ଼, ଦେବଗଡ଼ ପାଇଁ ସୁରେଶ ପୂଜାରୀ ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସୋନପୁର, ବଲାଙ୍ଗୀର ଦାୟିତ୍ୱରେ ରହିବେ ରବି ନାୟକ। ମୟୁରଭଞ୍ଜ, କେନ୍ଦୁଝର ପାଇଁ ନିତ୍ୟାନନ୍ଦ ଗଣ୍ଡ ପ୍ରଭାରୀ ମନ୍ତ୍ରୀ। କୃଷ୍ଣ ପାତ୍ର ଅନୁଗୁଳ ଓ ସମ୍ବଲପୁର ପ୍ରଭାରୀ ମନ୍ତ୍ରୀ। ପୃଥ୍ୱୀରାଜ ହରିଚନ୍ଦନ ଗଞ୍ଜାମ ଓ ଗଜପତି ଦାୟିତ୍ୱ ମିଳିଛି। ଝାରସୁଗୁଡ଼ା ଓ ବରଗଡ଼ ଦାୟିତ୍ୱରେ ମୁକେଶ ମହାଲିଙ୍ଗ।