ନୂଆଦିଲ୍ଲୀ: ଯେଉଁମାନେ ଚାକିରି କରନ୍ତି ସେମାନଙ୍କର ଏକ ପିଏଫ ଆକାଉଣ୍ଟ ରହିଥାଏ । ଏହାକୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ସଂସ୍ଥା ଇପିଏଫଓ ପରିଚାଳିତ କରିଥାଏ । କର୍ମଚାରୀମାନଙ୍କ ପିଏଫ ଆକାଉଣ୍ଟ ଗୋଟିଏ ସେଭିଂ ସ୍କିମ ଭାବେ କାର୍ଯ୍ୟ କରିଥାଏ । ପ୍ରତ୍ୟେକ ମାସରେ କର୍ମଚାରୀଙ୍କ ବେତନର 12% ଏହି ଆକାଉଣ୍ଟରେ ଜମା ହୋଇଥାଏ ଏବଂ କମ୍ପାନୀ ମଧ୍ୟ ସମାନ ପରିମାଣର କର୍ମଚାରୀଙ୍କ PF ଆକାଉଣ୍ଟରେ ଜମା କରିଥାଏ । ଏହାର ଅର୍ଥ ଉଭୟ କର୍ମଚାରୀ ଏବଂ କମ୍ପାନୀ ପ୍ରତି ମାସରେ PF ଆକାଉଣ୍ଟରେ ଯୋଗଦାନ କରିଥାନ୍ତି ।
ଏହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସରକାର ମଧ୍ୟ ସୁଧ ଦିଅନ୍ତି । ଏହିପରି କେତେକ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବେଳେବେଳେ କମ୍ପାନୀ କର୍ମଚାରୀଙ୍କ ବେତନରୁ ଟଙ୍କା କାଟନ୍ତି କିନ୍ତୁ ଏହାକୁ PF ଆକାଉଣ୍ଟରେ ଜମା କରନ୍ତି ନାହିଁ । ତେବେ ଜଣେ କର୍ମଚାରୀ ଚାହିଁଲେ ମଧ୍ୟ ଘରେ ବସି ଏହାକୁ ସହଜରେ ଚେକ୍ କରିପାରିବେ । ଆକାଉଣ୍ଟରେ କେତେ ଟଙ୍କା ରହିଛି ଏବଂ କେତେ ଟଙ୍କା ସୁଧ ମିଳିଛି ସେନେଇ ସବିଶେଷ ଜଣାପଡିବ । ଏହାପରେ ଚେକ୍ ବାଲାନ୍ସ ଚୟନ କରିବା ମାତ୍ରେ ଆକାଉଣ୍ଟର ସମ୍ପୁର୍ଣ୍ଣ ବିବରଣୀ ଦେଖାଯିବ । ଅନ୍ୟପଟେ ଏସଏମଏସ ଦ୍ବାରା ମଧ୍ୟ ବାଲାନ୍ସ ଚେକ୍ କରିପାରିବେ । ମେସେଜ ବକ୍ସରେ ୟୁଏଏନ ନମ୍ବର ଲେଖି 7738299899 କୁ ଲେଖି ପଠାଇବାକୁ ହେବ ।