ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ଦୁମୁକା ଜିଲ୍ଲା ମୁଫାସିଲ ଥାନା ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଅଟୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।
ଏହି ଦୁର୍ଘଟଣାରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିିଳିଛି ।
ସ୍ଥାନୀୟ ଲୋକଙ୍କ ସହୟତାରେ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନାରୁ ପ୍ରକାଶ ଅଟୋରେ ଥିବା ଯାତ୍ରୀ ନୋନିହାଟ ବ୍ଲକର । ସେମାନେ ଦୁମକା ସ୍ଥିତ ପର୍ଯ୍ୟଟନ ସ୍ଥଳୀ ମସାନଜୋରରେ ପିକନିକ୍ ସାରି ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।
ଟ୍ରକର ଭିଷଣ ଧକ୍କାରେ ଅଟୋ ପୁରା ଛିନଛତ୍ର ହୋଇଯାଇଥିଲା । ତେବେ ମୃତକ ଏବଂ ଆହତଙ୍କ ପରିଚୟ ମିଳିପାରିନାହିଁ ।