ବୋର୍ଡ଼ ପରୀକ୍ଷାକୁ ନେଇ ଚାପଗ୍ରସ୍ତ ରହୁଛନ୍ତି କି? ମନରୁ ଭୟ ଦୂର କରିବ ଏହି ସହଜ ଟିପ୍ସ
ବୋର୍ଡ଼ ପରୀକ୍ଷା ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ପ୍ରସ୍ତୁତି ପାଇଁ ଆପଣାନ୍ତୁ ସହଜ ଟିପ୍ସ ।
ଓଡ଼ିଶା ଭାସ୍କର: ପାଖେଇ ଆସୁଛି ପରୀକ୍ଷା ଋତୁ । ଏଥିପାଇଁ ବିଦ୍ୟାର୍ଥୀ , ଶିକ୍ଷକ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।
ବିଶେଷକରି ବୋର୍ଡ଼ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଭୟ ଦେଖାଦେଇଥାଏ । ଅନ୍ୟଶବ୍ଦରେ ଏହାକୁ ‘ଏଗଜାମ୍ ଫୋବିଆ’ କୁହାଯାଏ ।
କଠିନ ପ୍ରଶ୍ନ: ବୋର୍ଡ଼ ପରୀକ୍ଷାରେ ପ୍ରଶ୍ନପତ୍ର ପାଟର୍ଣ୍ଣକୁ ନେଇ ଅଧିକାଂଶ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ଥାନ୍ତି । କାରଣ କିଛି କଠିନ ପ୍ରଶ୍ନକୁ କ୍ରାକ୍ କରିବା ସହଜ ହୋଇନଥାଏ ।
ବୋର୍ଡ ପରୀକ୍ଷା ହେଉଛି ପାଠପଢ଼ାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । କାରଣ ଏହି ପରୀକ୍ଷା ଫଳ ସେମାନଙ୍କ କ୍ୟାରିୟର ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ତେବେ ଏ ଲାଗି ପରୀକ୍ଷା ପ୍ରସ୍ତୁତି କିଭଳି କରିବେ, ଜାଣିବା ସେ ସଂପର୍କରେ ।
– ପ୍ରତ୍ୟେକ ବିଷୟ ପାଇଁ ସମୟ ସାରଣୀ ପ୍ରସ୍ତୁତ କରନ୍ତୁ । ଏହା ଦ୍ୱାରା ପଢ଼ା ସମୟରେ ଅସୁବିଧା ହୋଇନଥାଏ ।
– ବୋର୍ଡ ପରୀକ୍ଷା ପୂର୍ବରୁ ପାଠ୍ୟକ୍ରମକୁ ଧ୍ୟାନରେ ପଢ଼ନ୍ତୁ । ଦୁର୍ବଳ ବିଷୟକୁ ପ୍ରଥମେ ପ୍ରାଧାନ୍ୟ ଦିଅନ୍ତୁ ।
– ପରୀକ୍ଷା ପ୍ୟାଟର୍ଣ୍ଣ ଏବଂ ପ୍ରଶ୍ନକୁ ବୁଝନ୍ତୁ । ପୂର୍ବ ବର୍ଷର ପରୀକ୍ଷା ପ୍ରଶ୍ନାବଳୀ ସଂଗ୍ରହ କରି ତା’କୁ ଅଭ୍ୟାସ କରନ୍ତୁ ।
ଏହା ଦ୍ୱାରା ଲେଖନ ଶୈଳୀ ଉନ୍ନତ ହୋଇଥାଏ ଏବଂ ବିଷୟ ଭଲ ମନ ରହେ ।
– ପରୀକ୍ଷାର କିଛିଦିନ ପୂର୍ବରୁ ରିଭିଜନ ଆରମ୍ଭ କରିଦିଅନ୍ତୁ । ଏହା ସହ ଛୋଟ ଛୋଟ ନୋଟସ ମଧ୍ୟ ପ୍ରସ୍ତୁତ କରିପାରିବେ ।
– ପଢ଼ା ମଝିରେ ଛୋଟ ଛୋଟ ବ୍ରେକ୍ ନେବା ଜରୁରି । ବ୍ରେକ୍ରୁ ଫୁର୍ତ୍ତି ଅନୁଭବ ହୁଏ ଓ ବିଷୟ ମନେ ରଖିବା ସହଜ ହୁଏ ।
– ପରୀକ୍ଷା ପ୍ରସ୍ତୁତି ସମୟରେ ସକରାତ୍ମକ ଚିନ୍ତାଧାରା ରଖିବା ଜରୁରୀ ।
– ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ସହିତ ଉପଯୁକ୍ତ ନିଦ୍ରା ଜରୁରୀ ।